ଧାମନଗରରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ଯୋଗୁ ଉଠିଲା ଧାରା ୧୬୩
ଭଦ୍ରକ ଜିଲ୍ଲା ଧାମନଗର ଏନଏସିରେ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଧାରା ୧୬୩କୁ ଉଠାଇଦିଆଯାଇଛି। ସେଠାରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ଯୋଗୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଗତ ମାସ ୨୭ ତାରିଖରୁ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଧାମନଗର ଏନଏସି ଓ ଏହାର ପାଖ ଅଞ୍ଚଳ ଅଶାନ୍ତ ହୋଇଉଠିଥିଲା। ଏହାପରେ ସେଠାରେ ଧାରା ୧୬୩ ଲଗାଯାଇଥିଲା। ପୁଲିସ ଡିଜି ୱାଇ.ବି ଖୁରାନିଆ ଧାମନଗର ଏନଏସିରେ ସ୍ଥିତିର ସମୀକ୍ଷା କରିଥିଲେ। ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଧାମନଗର ଥାନାରେ ଆଲୋଚନା କରିଥିଲେ। ଏଥିରେ ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍ପି ମଧ୍ୟ ଉପସ୍ଥିତ ଥିଲେ। ସମୀକ୍ଷା ପରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଡିଜିପି ନିବେଦନ କରିଥିଲେ।ସେ କହିଥିଲେ, ଅଯଥା ସୋସିଆଲ ମିଡିଆ ପୋଷ୍ଟରେ କମେଣ୍ଟ କରନ୍ତୁ ନାହିଁ।