କଣ୍ଟାବାଞ୍ଜିରୁ ଦାଦନ ଚାଲାଣ ବେଳେ ୧୪ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୋଲିସକୁ ସଫଳତା। କର୍ଲାବାହାଲି ଗାଁରୁ ଦାଦନ ଚାଲାଣ  ବେଳେ ୧୪ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ।  ବିଳମ୍ବିତ ରାତିରେ କଣ୍ଟାବାଞ୍ଜିରୁ ବାହାର ରାଜ୍ୟକୁ ଚାଲାଣ ବେଳେ କର୍ଲାବାହାଲି ଗାଁ ଛକରୁ ଉଦ୍ଧାର କରିଛି  କଣ୍ଟାବାଞ୍ଜି ପୋଲିସ । ଏମାନଙ୍କ ମଧ୍ୟରେ ୮ ଜଣ ପୁରୁଷ,୩ ଜଣ ମହିଳା ଓ ୩ ଜଣ ଶିଶୁ ରହିଛନ୍ତି । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାରେ ସଂମ୍ପୃକ୍ତ ରୋହିତ ହିଆଲ ଓ ଅଲେଖ ସୁନାକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।