ଏମ୍ସରୁ ଧରାପଡିଲେ ୧୨ ଦଲାଲ

ଭୁବନେଶ୍ୱର ଏମ୍ସରୁ ଗିରଫ ହେଲେ ୧୨ ଦଲାଲ । ଦଲାଲଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ। ବିଭିନ୍ନ ଆଳରେ ବାହାର ଜିଲ୍ଲାରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଠକି ଟଙ୍କା ନେଉଥିଲେ। ଏଥି ସହିତ ଟିକେଟ , ଆଡମିଶନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ କହି ଲୁଟି ଚାଲିଥିଲେ। ଏହାର ଅଭିଯୋଗ ଆସିବା ପରେ ଆକ୍ସନ୍ ମୋଡ୍ ଆସିଥିଲା ପୋଲିସ। ଚଢ଼ାଉ କରି ୧୨ ଦଲାଲଙ୍କୁ ଧରାଯାଇଛି। ଏମ୍ସକୁ ଦଲାଲ ମୁକ୍ତ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଚାଲିଛି ଅଭିଯାନ ସମ୍ପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ।