ମୋହନ ସରକାରକୁ ଆଜି ୧୦୦ ଦିନ
ପୂର୍ବ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ମଧ୍ୟ ରାଜନୀତି କରୁଥିଲେ। ସରକାର ସବୁବେଳେ ଲୋକଙ୍କ ମତ ଏବଂ ହିତକୁ ନେଇ କାର୍ଯ୍ୟ କରିବା ଜରୁରୀ। ପୂର୍ବ ସରକାର ଦୁର୍ନୀତି ଅଭିଯୋଗରେ କେବଳ କିରାଣିଙ୍କୁ ଧରୁଥିଲେ। କିନ୍ତୁ ଆମେ ସେଭଳି କରୁନାହୁଁ। ଦୁର୍ନୀତିରେ ଜଡ଼ିତ ଅଧିକାରୀଙ୍କୁ ଆମେ ଦଣ୍ଡ ଦେଉଛୁ। ଇତିମଧ୍ୟରେ ୫୮ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗିରଫଙ୍କ ମଧ୍ୟରେ ୧୭ ଜଣ କ୍ଲାସ ୱାନ୍ ଏବଂ ୭ ଜଣ କ୍ଲାସ୍ ଟୁ ଅଫିସର ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପୁରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜୁନ୍ ୧୨ରେ ସରକାର ଶପଥ ନେଲେ। ୧୩ ଜୁନ୍ରେ ଶ୍ରୀମନ୍ଦିରର ଚାରି ଦ୍ବାରା ଖୋଲାଗଲା। ରତ୍ନଭଣ୍ଡାର ଖୋଲି ଗଣତି ମଣତି କରାଯାଇଛି।ରାଜ୍ୟରେ ମହିଳାଙ୍କୁ ସଶକ୍ତ କରାଯିବ। ଲୋକଙ୍କ ପାଖରେ ସରକାରଙ୍କ ଉପଲବ୍ଧି ପହଞ୍ଚାଇବା କାର୍ଯ୍ୟ ଆରମ୍ଭ ହେବ। ଜିଲ୍ଲା ଏବଂ ନିର୍ବାଚନମଣ୍ଡଳୀରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକ ବିରୋଧୀ କାର୍ଯ୍ୟଯୋଗୁ ୨୪ ବର୍ଷ ସରକାରଙ୍କ ପତନ ଘଟିଥିଲା। ଆମେ ଲୋକଙ୍କ ମତ ଏବଂ ହିତକୁ ନେଇ କାର୍ଯ୍ୟ କରୁଛୁ। ମିଛ ପ୍ରତିଶ୍ରୁତି ସମସ୍ୟାର ସମାଧାନ ନୁହେଁ। ଆମେ ଆମର ସମସ୍ତ ପ୍ରତିଶ୍ରୁତି ପାଳନ କରିବୁ।
ମୋହନ ସରକାରକୁ ଆଜି ୧୦୦ ଦିନ ପୂରିଛି। ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଉପଲବ୍ଧି ପହଞ୍ଚାଇବାକୁ ପୁରୀରେ ବଡ଼ ଆୟୋଜନ କରି ଶହେ ଦିନ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ରାଜ୍ୟ କ୍ୟାବିନେଟ, କେନ୍ଦ୍ରମନ୍ତ୍ରୀ, ସମସ୍ତ ବିଧାୟକ ଏବଂ ସାଂସଦ ସାମିଲ ହୋଇଛନ୍ତି । ସରକାରର ଶହେ ଦିନ ଭିତରେ ଶ୍ରୀମନ୍ଦିର ଚାରି ଦ୍ୱାର ସହ ରତ୍ନଭଣ୍ଡାର ବି ଖୋଲାଯାଇଛି। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ସହାୟତାର ପ୍ରଥମ କିସ୍ତି ବି ମିଳିଛି। ଏହାରି ଭିତରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ସିଏମ କିସାନ ଓଡ଼ିଶାର ଚାଷୀଙ୍କ ମୁହଁରେ ହସ ଫୁଟାଇବା ସହ ଜୀବନ ଶୈଳୀରେ ଆଣିବାକୁ ଯାଉଛି ପରିବର୍ତନ। ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କ ବିକାଶ ପାଇଁ ଏକ ସବୁଠୁ ବଡ଼ ଯୋଜନା ।
ଉନ୍ନତ ହେଉଛି ଶିକ୍ଷାର ଭିତିଭୂମି। ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ଦେବା ପାଇଁ ମୋହନ ସରକାର ପୂରଣ କରୁଛନ୍ତି ଖାଲି ଥିବା ଶିକ୍ଷକ ପଦବୀ। ଡବଲ ଇଞ୍ଜିନ ସରକାର ହେଲା ପରେ ରାସ୍ତା ରୁ ରେଳ ସବୁଠି ତ୍ୱରାନ୍ୱିତ କାର୍ଯ୍ୟ କରୁଛନ୍ତି ମୋହନ ସରକାର। ଓଡ଼ିଆ ଅସ୍ମିତାର ବିକାଶ ପାଇଁ ମୋହନ ସରକାର ଗଢ଼ିଛନ୍ତି ଶ୍ରୀମନ୍ଦିର କର୍ପସ ଫଣ୍ଡ ଯେଉଁଠି ଶ୍ରୀମନ୍ଦିର ସୁରକ୍ଷିତ ରହିବା ସହ ଜଗନ୍ନାଥ ସଂସ୍କୃତିର ଆହୁରି ହେବ ବିସ୍ତାର। ଘଟଗାଁ ମା ତାରିଣୀଙ୍କ ମନ୍ଦିରର ବିକାଶ ପାଇଁ ମୋହନ ସରକାର ଆସୁ ଆସୁ ଦେଇଛନ୍ତି ୫୦ ଲକ୍ଷର ଅନୁଦାନ । ରତ୍ନ ଭଣ୍ଡାରର ଖୋଲି କଥା ରଖିଛନ୍ତି ବିଜେପି ସରକାର। ଗଣତି ମଣତି ପରେ ପଦାକୁ ଆସିବ ସତ୍ୟାସତ । ଅନୁସୂଚିତ ଜାତି,ଜନଜାତିଙ୍କ ହିତ ପାଇଁ ମଧୋ ସିଂ ହାତ ଖର୍ଚ୍ଚ ଦେଇ ଶିକ୍ଷା ପ୍ରତି ଅନୁରକ୍ତି ବଢ଼ାଉଛନ୍ତି। ଏଣିକି ଆଗକୁ ବଢିବ ଓଡ଼ିଶା, ପଢ଼ିବ ଓଡ଼ିଶା। ଭିତ୍ତିଭୂମି ସୁଦୃଢ଼ କରି ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ କରୁଛନ୍ତି ସରକାର। ମୋହନ ସରକାରରେ ଜଗନ୍ନାଥ ସଂସ୍କୃତିର ହେଉଛି ପ୍ରଚାର ଓ ପ୍ରସାର । ସେଥିପାଇଁ ତ ବଜେଟ୍ରେ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ଓଡ଼ିଆ ଭାଷାରେ ହେବ ଓଡ଼ିଶାର ଶାସନ। ଭାଷା ଆଇନକୁ କଡ଼ା କଡ଼ି ଲାଗୁ କରିଛନ୍ତି ମୋହନ ସରକାର। ଓଡ଼ିଆରେ ହେଉଛି ସବୁ ସରକାରୀ କାମ। ଅସ୍ମିତା ଭବନ ଗଠନ ନିମନ୍ତେ ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଘୋଷଣା । ଗୋଠପାଟଣାଠାରେ ହେବ ସ୍ପୋର୍ଟ୍ସ ଭ୍ୟାଲି । ହକି ଅଲିମ୍ପିକ୍ସ ବିଜେତାମାନଙ୍କୁ ମିଳିଲା ଭବ୍ୟ ସ୍ୱାଗତ । ଓଡ଼ିଆପୁଅ ରୋହିଦାସଙ୍କୁ ୪ କୋଟି, ଗୋଲ ରକ୍ଷକ ଶ୍ରୀଜେସଙ୍କୁ ୫୦ ଲକ୍ଷ ଏବଂ ଅନ୍ୟ ସମସ୍ତ ଖେଳାଳୀଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି ବିଜେପି ସରକାର ପ୍ରତିଶ୍ରୁତି ଦେଇଛି। ଏସବୁ କଥା ବିଜେପି ନେତାମାନେ ନିଜ ନିଜ ବକ୍ତବ୍ୟରେ ପୁରୀଠାରେ କହିଛନ୍ତି ।