ଚଳିତବର୍ଷ ରାଜଧାନୀର ୧୦ଟି ପୂଜା କମିଟିକୁ ରାବଣ ପୋଡ଼ି ଉତ୍ସବ ଲାଗି ଅନୁମତି

କମିଶନରେଟ ପୋଲିସ ପକ୍ଷରୁ ଗାଇଡ଼ଲାଇନ ଜାରି

ରାଜଧାନୀରେ ଆଜି ସନ୍ଧ୍ୟାରେ ହେବ ରାବଣ ପୋଡ଼ି ଉତ୍ସବ। ଏଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଏବର୍ଷ ରାଜଧାନୀର ୧୦ଟି ପୂଜା କମିଟିକୁ  ରାବଣ ପୋଡ଼ି ଉତ୍ସବ ଲାଗି ଅନୁମତି ମିଳିଛି । ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ନହରକଣ୍ଟା, ଝାରପଡ଼ା, ବରମୁଣ୍ଡା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ୍, ଚନ୍ଦକା କ୍ଲବ ପଡିଆ, ସିମୁଳିପାଟଣା ଦୋଳ ଯାତ୍ରା ପଡ଼ିଆ ଓ କପିଳପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ରାବଣପୋଡ଼ି ଉତ୍ସବ ପାଇଁ ଅନୁମତି ମିଳିଛି । ଲୋକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି ପୁଲିସ ।

1.ରାବଣ ପୋଡି ମହୋତ୍ସବ ଠାରୁ 100ମିଟର ଦୂରରେ ରହିବେ ଦର୍ଶକ |
2.ରାଣପୋଡ଼ିରେ ଅନୁମତି ପ୍ରାପ୍ତ ବାଣ ପୁଠାଇ ପାରିବେ ପୂଜା କମିଟି |
3.ଯଦି ପଵନ ର ବେଗ ଘଣ୍ଟା ପ୍ରତି 50କିଲୋମିଟର ଅଧିକ ରହିବ, ତେବେ ରାବଣ ପୋଡି ବନ୍ଧ ରହିବ |
4.ଜନବସତି , ଡାକ୍ତର ଖାନା, ସ୍କୁଲ ଠାରୁ 250ମିଟର ଦୂରରେ ରାବଣ ପୋଡି ମହୋତ୍ସବ କରିବାକୁ ନିର୍ଦେଶ |
5.ରାବଣ ପୋଡି ମହୋତ୍ସବ ସମୟରେ ଅଗ୍ନିଶମ ବାହିନୀ, ଦମକଳଗାଡି, ଏବଂ ଅଗ୍ନିନିର୍ବାପକ ଯନ୍ତ୍ର ରହିବ |
ବିଶେଷ କରି ଭୁବନେଶ୍ୱର ର ଝାରପଡା, ବରମୁଣ୍ଡା ରେ ଅଧିକ ଜନଗହଳି ହେବାର ସମ୍ଭାବନା ରହିଛି। ତାକୁ ଆଖି ଆଗରେ ରଖି ଟ୍ରାଫିକ କଡାକଡ଼ି କରିଛି କମିଶନରେଟ ପୋଲିସ। ସେପଟେ ପୂଜା କମିଟି ସଦସ୍ୟ କହିଛନ୍ତି ବିପଦପୂର୍ଣ୍ଣ ବାଣ ବ୍ୟବହାର କରାଯାଉନାହିଁ। ଲୋକଙ୍କ ସୁରକ୍ଷା ପାଇଁ ନିଜସ୍ୱ ଭଲ୍ୟୁଣ୍ଟର ମୁତୟନ କରାଯାଇଛି। ଡବଲ ବ୍ୟାରିକେଡିଂ କରାଯାଇଛି। ପ୍ରଶାସନର ସମସ୍ତ ଗାଇଡଲାଇନ ମାନି ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ ହେବ। ସନ୍ଧ୍ୟା 7.30ରୁ ରାବଣ ପୋଡି ଉତ୍ସବ ଆରମ୍ଭ ହେବ। ଲୋକମାନେ ଶାନ୍ତି ଶୃଙ୍ଖଳାର ସହ ରାବଣ ପୋଡି ଉତ୍ସବ ଦେଖିବାକୁ ଅପିଲ କରିଛି କମିଶନରେଟ ପୋଲିସ ।