୨୦୨୫ ପାଇଁ ଗୃହ ବିଭାଗ ପକ୍ଷରୁ ରାଜ୍ୟପାଳ ପଦକ ଘୋଷଣା, ମୋଟ ୨୦ ଜଣଙ୍କୁ ମିଳିବ ପଦକ
ରାତି ପାହିଲେ ସାଧାରଣତନ୍ତ୍ର ଦିବସ। ଏହାକୁ ଦୃଷ୍ଟିରେ ରଖି ୨୦୨୫ ପାଇଁ ଗୃହ ବିଭାଗ ପକ୍ଷରୁ ରାଜ୍ୟପାଳ ପଦକ ଘୋଷଣା କରାଯାଇଛି। ମୋଟ ୨୦ ଜଣଙ୍କୁ ପଦକ ମିଳିବ ବୋଲି ଜଣାପଡ଼ିଛି। ତେବେ ସେମାନଙ୍କ ମଧ୍ୟରେ ଆଇଜି ନୀତି ଶେଖର, ସତ୍ୟଜିତ ନାୟକଙ୍କ ସମେତ ପୁରୀ ଏସ୍ପି ପ୍ରତୀକ ସିଂ, ଭିଜିଲାନ୍ସ ASP ଅନୁପମା ମହାପାତ୍ର ପ୍ରମୁଖ ରହିଛନ୍ତି। ସଚିବାନନ୍ଦ ରଥ ଓ ପ୍ରସନ୍ନ ରାଉତଙ୍କୁ ମଧ୍ୟ ମିଳିବ ରାଜ୍ୟପାଳ ପଦକ ।
ଏହା ସହ ମୋଟ୍ ୩୧ ଜଣ ରାଷ୍ଟ୍ରପତି ପୋଲିସ ସେବା ପଦକରେ ସମ୍ମାନୀତ ହେବେ। ସେଥି ମଧ୍ୟରୁ ଓଡିଶାରୁ ଜଣେ ସିବିଆଇ ଅଧିକାରୀ ସମ୍ମାନିତ ହେବେ। ସାହସିକତା ପାଇଁ ଓଡିଶାରେ ୪ ଜଣ ପାଇବେ ପଦକ । ଉଲ୍ଲେଖନୀୟ ସେବା ପାଇଁ ଓଡିଶାରୁ ୨ ଜଣଙ୍କୁ ମିଳିବ ପଦକ । ପ୍ରଶଂସନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ ମିଳିବ ।