ହିତାଧିକାରୀଙ୍କୁ ଦୁଆରେ ମିଳିବ ଭତ୍ତା

ଅନେକ ହିତାଧିକାରୀ ଭତ୍ତା ଟଙ୍କା ପାଇଁ ସମସ୍ୟା ହେଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶାସନ ସଚିବ । ବ୍ୟାଙ୍କ ଯାଇପାରୁନଥିବା ହିତାଧିକାରୀଙ୍କ ନିକଟରେ ଭତ୍ତା ପହଞ୍ଚାଇବେ ବ୍ୟାଙ୍କ କର୍ତ୍ତୃପକ୍ଷ । ବୟସାଧିକ ଓ ଅସୁସ୍ଥତା କାରଣରୁ ଯେଉଁମାନେ ବ୍ୟାଙ୍କକୁ ଯାଇ ବାର୍ଦ୍ଧକ୍ୟ ଭତ୍ତା ଆଣିପାରୁନାହାନ୍ତି ସେମାନଙ୍କ ଘରେ ଟଙ୍କା ପହଞ୍ଚାଇବ ବ୍ୟାଙ୍କ । ଏଥିପାଇଁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।ଆଧାର ଯୋଗୁ ଅର୍ଥ ଉଠାଣରେ ସମସ୍ୟା ହେଉଥିବା ତଥ୍ୟକୁ ବିଭାଗ ଦିଆଯିବାକୁ ବ୍ୟାଙ୍କକୁ କୁହାଯାଇଛି । ଯେଉଁମାନେ ବ୍ୟାଙ୍କରୁ ଭତ୍ତା ପାଇବାରେ ଅସମର୍ଥ ସେମାନଙ୍କ ଦୁଆରେ ବ୍ୟାଙ୍କ କର୍ମଚାରୀ ଭତ୍ତା ଟଙ୍କା ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।