ସରିଲା ଲୁଚକାଳି ଖେଳ, ଗିରଫ ହେଲେ ଶର୍ମିଷ୍ଠା
- ମେଟ୍ରୋ ଓଡିଶା (୨୮.୩.୨୦୨୨) :
ସରିଲା ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କର ଲୁଚକାଳି ଖେଳ | ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଗିରଫ ହୋଇଛନ୍ତି | ଆଜି ଭଦ୍ରକ ନଳାଙ୍ଗରୁ ଶର୍ମିଷ୍ଠାଙ୍କୁ ଭଦ୍ରକ ପୋଲି ଓ କ୍ରାଇମବ୍ରାଞ୍ଚ ଟିମ ଗିରଫ କରିଛି |

ଅନ୍ୟ ୫ ଅଭିଯୁକ୍ତଙ୍କ ସହ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ ହେବ | ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ ବି ଗିରଫ ହୋଇଛନ୍ତି । ଉଭୟଙ୍କୁ ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି |