ମୋ ଗାଈ ମୋତେ ଫେରାଇ ଦିଅ
ମେଟ୍ରୋ ଟିଭି ଓଡିଶା,୪/୨ : ଗାଈ ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ଜଣେ ନିରାଶ୍ରହ ମହିଳା । କହିଛନ୍ତି ମୋ ଗାଈକୁ ମୋତେ ଫେରାଇ ଦିଅ । ସୋନପୁର ଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇଯାଇ ବୃଦ୍ଧା ଜଣଙ୍କ ହାତଯୋଡି ନିବେଦନ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ସୋନପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ । ବୃଦ୍ଧାଙ୍କ ଆକୁଳ ନିବେଦନ ବି ଜିଲ୍ଲାପାଳ ଶୁଣିଛନ୍ତି ।
linked – https://fb.watch/aYQUyC0Lis/
ବୃଦ୍ଧା ତରାସ ବାଘର ଘର ବିନିକା ଅଂଚଳରେ । ସେ ଦଶବର୍ଷ ହେଲା ସୋନପୁର ମେଡିକାଲ ବାରଣ୍ଡାରେ ରହିଆସୁଛନ୍ତି । ପରିବାର କହିଲେ ସାଙ୍ଗରେ ଥିଲେ ୪ଟି ବୃଦ୍ଧା ଗାଈ । ତରାସ ଭିକ ମାଗି ଚଳନ୍ତି । ସୂଚନା ମୁତାବକ, ଗତ ୩୧ ତାରିଖରେ ସୋନପୁର ଅଂଚଳର ତରାସ ବାଘ ଜିଲ୍ଲାପାଳ ଅଫିସ ବାରଣ୍ଡାରେ ପଂହଚିଥିଲେ । ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ପୁଲିସକୁ କହିଥିଲେ । ପୁଲିସ ତରାସଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ବି ସେ ଶୁଣିନଥିଲେ ।
ଏହି ସମୟରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱେଣଙ୍କ କାର ପଂହଚିଥିଲା । ତରାସ କାର ଆଗରେ ଲମ୍ବା ହୋଇ ପଡିଯାଇଥିଲେ । ବ୍ୟତିବ୍ୟସ୍ତ ହୋଇ ଜିଲ୍ଲାପାଳ ଗାଡିରୁ ଓହ୍ଲାଇ ବୃଦ୍ଧାଙ୍କୁ ଉଠାଇଥିଲେ । ଆଉ ତାଙ୍କ ଅଭିଯୋଗ ଶୁଣିଥିଲେ ।ତରାସଙ୍କ କହିବା କଥା ହେଲା, ତାଙ୍କର ୪ଟି ଗାଈ ଥିଲେ । କିନ୍ତୁ କିଛି ଦିନ ହେଲା ସେଗୁଡିକୁ କିଏ ନେଇଯାଇଛି । ଲୋକେ କହୁଛନ୍ତି, ଗାଈଗୁଡିକୁ କାଂଜିଆହୁଦାରେ ରଖାଯାଇଛି । ତେଣୁ ସେ ଗାଈକୁ ଫେରାଇ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ବୃଦ୍ଧାଙ୍କୁ କାଂଜିଆହୁଦା ନିଆଯାଇଥିଲା । ୪ଟି ଗାଈରୁ ୨ଟି ଗାଇକୁ ତରାସ ଚିହ୍ନଟ କରିଥିଲେ । ଏହାପରେ ଦୁଇଟି ଗାଈକୁ ତାଙ୍କୁ ଫେରାଇଦିଆଯାଇଛି । ଆଉ ଫେରିବା ପରେ ଗାଈଗୁଡିକ ସହ ବସି ଖାଇଥାନ୍ତି । ଏଭଳି ଥିଲା ତାଙ୍କ ଗାଈଙ୍କ ସହ ନିବିଡ ସମ୍ପର୍କ ।