ମା’ଙ୍କ ପାଇଁ ଦିନଟିଏ :ମା’ ଶବ୍ଦଟିର ନାହିଁ ତୁଳନା !

ମା’ଙ୍କ ପାଇଁ ଦିନଟିଏ :ମା’ ଶବ୍ଦଟିର ନାହିଁ ତୁଳନା !

ମେଟ୍ରୋଟିଭିଓଡିଶା(୮.୫.୨୦୨୨)

ମା’ ଶବ୍ଦଟି ଛୋଟ ହୋଇପାରେ କିନ୍ତୁ ଅର୍ଥ ବ୍ୟାପକ। ମା’ ଶବ୍ଦଟିର ନାହିଁ ତୁଳନା । ମାଆ ଓ ମାତୃଭୂମି ସ୍ୱର୍ଗଠାରୁ ବଡ । ସେ ମହାନ ।

ତାର ଭଲପାଇବା ସନ୍ତାନ ପ୍ରତି ବାତ୍ସଲ୍ୟ ଓ ଅତୁଳନୀୟ । ସନ୍ତାନର ଜନ୍ମଠାରୁ ଆରମ୍ଭ ହୁଏ ମାଆର ଦୁଃଖ ଯନ୍ତ୍ରଣା । ପିଲାଟିଏ ବଡ ହେବା ପର୍ଯ୍ୟନ୍ତ ଦିବାରାତ୍ର ଅହନିଶି ଲାଘବ ହୁଏନି ତାର କଷ୍ଟ । ତଥାପି ଏହି କଷ୍ଟକୁ ଭୁଲି ମା କରେ ତାର କର୍ତ୍ତବ୍ୟ ।

ସନ୍ତାନର ଲାଳନ ପାଳନରେ କେବବି କରେନି ଅବହେଳା । କାରଣ ମାଆଠୁ ବଡ କେହି ନାହିଁ ।ଆଜି ହେଉଛି ସେହି ମା’ର ଦିନ ।ତେବେ ମାଆ ପାଇଁ ତ ସବୁଦିନ ସମାନ । ତଥାପି ସେହି ସ୍ୱର୍ଗାଦପୀ ଗରିୟସୀ ପାଇଁ ଖାସ ଦିନଟି ।

ପିଲାଟିଏ ପାଇଁ ତା ମାଆ ସୁପର ମମ୍ । ଯେତେ ଯାହା ବିପଦ ଆସିଲେ ସେ ଚଟାଣ ଭଳି ହୋଇଯାଏ ଛିଡା । ମାଆ କେବେ କିଛି ଇଛା କରେନି କି ମାଗେନି ।

ସର୍ବଦା ଇଛା ଥାଏ ମୋର ନୟନ ପିତୁଳାଟି ଖୁସିରେ ରହୁ । ଏମତିକି ସବୁ ଦୋଷ ଦୁର୍ବଳତା ଲୁଚାଇବାରେ ପଞ୍ଚଘୁଞ୍ଚା ଦିଏନି ମାଆ ।

ମା’ ଶବ୍ଦରେ ରହିଛି ସେତିକି ଆତ୍ମୀୟତା । ସେଥିପାଇଁ ସବୁଠି ଚାଲିଛି ସେଲିବ୍ରେସନ । ୧୯୧୪ ମସିହାରେ ଆରମ୍ଭ ହୋଇଥିଲା ଏହି ପରମ୍ପରା ।

ଆମେରିକାର ଏନା ଜର୍ବିସ ନାମ୍ନୀ ମହିଳା ଆରମ୍ଭ କରିଥିଲେ ମଦର୍ସ ଡେ ସେଲିବ୍ରେସନ । ଏବେ ଏହା ସାରା ବିଶ୍ୱକୁ ବ୍ୟାପିଗଲାଣି । ଦୁନିଆର ପ୍ରତି କୋଣ ଅନୁକୋଣରେ ମାତୃଦିବସର ସେଲିବ୍ରେସନ । ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ପାଳନ ହୁଏ ମଦର୍ସ-ଡେ ।

ଜନ୍ମଦାତ୍ରୀର ଋଣ ପରିଶୋଧ କରିବା ପ୍ରତି ସନ୍ତାନ ପାଇଁ କଷ୍ଟକର । ସାରା ଜୀବନ ଅସୀମ ତ୍ୟାଗ, ଅସରନ୍ତି ସ୍ନେହ ସହ ନିସ୍ୱାର୍ଥପର ସେବା ଦେଇଆସୁଥିବା ମାଆ ପ୍ରତି ରହିଛି ପ୍ରତି ସନ୍ତାନର କିଛି କର୍ତ୍ତବ୍ୟ ।

ସେଥିପାଇଁ ତ ପ୍ରତି ମାଆଙ୍କୁ ଉତ୍ସର୍ଗୀକୃତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଳନ ହେଉଛି ମଦର୍ସ ଡେ । ଆସନ୍ତୁ ଆମକୁ ଆଲୋକ ଦେଖାଇଥିବା ବଞ୍ଚିବାର ରାହା ଦେଇଥିବା ମାଆଙ୍କୁ ପ୍ରଣାମ କରିବା ।