ଏବେ ଗାଡ଼ି ରଖିବା ପାଇଁ ଆଦାୟ ହେବ ପାର୍କିଂ ଫି । ଏହି ନିୟମକୁ ବିଏମସି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଏଭଳି ନିଷ୍ପତ୍ତି ନେବାର କାରଣ ଦର୍ଶାଇ ବିଏମସି କହିଛି ଯେ, କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟୀ ଓ ବଡ଼ ବଡ଼ିଆ ଏହାକୁ ପାର୍କିଂ ଭାବେ ବ୍ୟବହାର କରୁଛନ୍ତି । ଏଥିରେ ମଲ୍ ସହ ତାଙ୍କ ବ୍ୟବସାୟ ସ୍ଥଳର କୌଣସି ସଂପର୍କ ନଥିଲା । ଏମାନଙ୍କ କାର ଯୋଗୁଁ ମଲକୁ ଆସୁଥିବା ଗ୍ରାହକ ବାହାରେ ଗାଡ଼ି ରଖୁଛନ୍ତି ।ବାହାରେ ଗାଡ଼ି ପାର୍କିଂ କରିବା ହେତୁ ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଦେବାକୁ ପଡୁଛି । ପାର୍କିଂ ଜୋନରେ ଅଧିକ ଗାଡ଼ି ଥିବାରୁ ଲୋକେ ମଲକୁ ଆସୁନଥିଲେ ମଧ୍ୟ । ଏଭଳି ସ୍ଥିତି ନେଇ ଅନେକ ଥର ଅଭିଯୋଗ ହେବାରୁ ପବ୍ଲିକ ୱାର୍କସ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅମରେଶ ଜେନା ଏହି ପ୍ରସଙ୍ଗ ଗତ କର୍ପୋରେସନ ବୈଠକରେ ଉଠାଇଥିଲେ । ଏନେଇ ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଛନ୍ତି ଯେ, ମଲମାଲିକମାନେ ପାର୍କିଂ ଦେୟ ଆଦାୟ କରିପାରିବେ । ଓଡ଼ିଶାର ଅନ୍ୟ ସହରର ମାଲମାଲିକମାନେ ପାର୍କିଂ ଫି ଆଦାୟ ମଧ୍ୟ କରୁଛନ୍ତି ।ଏହି ବୈଠକରେ ବିଏମସି ଅଞ୍ଚଳରେ ଥିବା ମାଲିକମାନଙ୍କୁ ପାର୍କିଂ ଫି ଆଦାୟ କରିବାକୁ ଅନୁମତି ଦିଆଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହେବା ସହ ପାର୍କିଂ ଫି ଆଦାୟ କରିବା ପାଇଁ ମଲ୍ ତଥା ମଲ୍ଟିପ୍ଲେକ୍ସ କର୍ତ୍ତୃପକ୍ଷ ଓ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post