ଭୁବନେଶ୍ୱର ସୈନିକ ସ୍କୁଲରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଆସିବା ପରେ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଭୁବନେଶ୍ୱର ସ୍ଥିତ ସୈନିକ ସ୍କୁଲକୁ ଜବାବ ମାଗିଥିଲେ । ଏହାର ଜବାବ ରଖିଛନ୍ତି ସ୍କୁଲ ପ୍ରିନ୍ସିପାଲ ଏକ ଚିଠି ଜାରି କରି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି, ରାଗିଂ ରୋକିବା ନେଇ ସ୍କୁଲ ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱତନ୍ତ୍ର ଟିମ୍ ବି ରହିଛି । ସ୍କୁଲରେ ନାମଲେଖା ସମୟରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆଂଟି ରାଗିଂ ସଂପର୍କରେ ଅବଗତ କରାଯାଏ । ଯେଉଁ ରାଗିଂ ଅଭିଯୋଗ ଆସିଛି ତାହା ପ୍ରମାଣିତ ହେଲେ ସଂପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।ସଚିବ ବିଷ୍ଣୁପଦ ସେଠୀ ପ୍ରିନ୍ସିପାଲଙ୍କୁ ଲେଖିଥିବା ଚିଠିିରେ ଉଲ୍ଲେଖ କରିଥିଲେ ଯେ ସୈନିକ ସ୍କୁଲରେ ରାଗିଂ ହେଉଛି । ଜୁନିୟର ପିଲାଙ୍କୁ ସିନିୟରମାନେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଜଣାପଡିଛି । ଯାହା ଆଂଟି ରାଗିଂ ଆକ୍ଟ-୨୦୦୯କୁ ଉଲଂଘନ କରୁଛି । ଏହାକୁ ଧର୍ତବ୍ୟ ଅପରାଧ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ।
Trending
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ