ଭୁବନେଶ୍ୱରରୁ ୧୨ କୋଟି ଟଙ୍କାର ସୁନା ଜବତ…..
ମେଟ୍ରୋ ଟିଭି ଓଡିଶା (୨ .୩ .୨୦୨୨) :
ଆଜି ରାଜଧାନୀ ଭୁବନେଶ୍ୱର ରୁ ୧୨ କୋଟି ଟଙ୍କାର ସୁନା ଜବତ ହୋଇଛି। ମୁମ୍ବଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୩୨ କେଜି ସୁନା ଜିଆରପି ଜବତ କରିଛି। ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ। ସୁନା ସହ ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇଥିଲା ଜିଆରପି । ଖବର ପାଇବା ପରେ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପ୍ରେସ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଏକାଥରକେ ୩୨ କେଜି ସୁନା ଜବତ ହୋଇଛି ଓ ୪ ଜଣକୁ ଅଟକ ରଖାଯାଇଛି । ପଚରାଉଚରା ପରେ ଜଣାପଡ଼ିଛି ଅଟକ ଥିବା ୪ ଜଣ ମୁମ୍ବାଇର ଏକ ସୁନା ଦୋକାନ କର୍ମଚାରୀ । ସେମାନେ ଭୁବନେଶ୍ୱରର କିଛି ଦୋକାନକୁ ସୁନା ବିକ୍ରି କରିବା ଉଦ୍ଦେଶ୍ୟରେ ଆସିଥିବା କହିଛନ୍ତି ।
ହେଲେ ଏତେ ଟଙ୍କାର ସୁନା ଆଣିଥିବା ବେଳେ ସେ ସମ୍ପର୍କୀତ କାଗଜପତ୍ର ଦେଖାଇ ପାରୁ ନାହାନ୍ତି ୪ ଜଣ । ସେମାନଙ୍କ ନିକଟରୁ କିଛି କାଗଜପତ୍ର ଜବତ କରିବା ସହ ଘଟଣାର ତଦନ୍ତ କରୁଛି ଜିଆରପି ପୋଲିସ୍ ।