ଭାରତ ବନ୍ଦ୍‌:ରାଜ୍ୟରେ ଆଂଶିକ ପ୍ରଭାବ

ଭାରତ ବନ୍ଦ୍‌:ରାଜ୍ୟରେ ଆଂଶିକ ପ୍ରଭାବ

ମେଟ୍ରୋଟିଭିଓଡିଶା(୨୯.୩.୨୦୨୨):

୧୨ଦଫା ଦାବି ପୂରଣ ନେଇ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ପ୍ରଥମ ଦିନରେ ସଙ୍ଗଠନର କର୍ମକର୍ତ୍ତା କେନ୍ଦ୍ର ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ଲା-କାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେତେକ ନିଗମ କାର୍ଯ୍ୟାଳୟ ଆଗରେ ଦିନ ତମାମ ପୋଷ୍ଟର ଧରି ପ୍ରତିବାଦ କରିଛନ୍ତି। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ, ଖୋର୍ଦ୍ଧାରୋଡ଼, କଟକ, ବାଲେଶ୍ବର, ସମ୍ବଲପୁର, କୋରାପୁଟ, ପୁରୀ, ଅନୁଗୋଳ, ସୁନ୍ଦରଗଡ଼ ଏବଂ ରାଉରକେଲାରେ ରେଳରୋକ କରିଛନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦୋକାନ ବଜାର ଖୋଲା ରହିଥିବାବେଳେ ଭୁବନେଶ୍ୱର, କଟକ ପରି ବଡବଡ଼ ସହରରେ ମଧ୍ୟାହ୍ନ ବେଳକୁ ସ୍ୱାଭାବିକ ପରିସ୍ଥିତି ଫେରିଥିଲା।


ସୁନ୍ଦରଗଡ଼, କେନ୍ଦୁଝର, ବଡ଼ବିଲ, ତାଳଚେର, ଅନୁଗୋଳ ଏବଂ ସମ୍ବଲପୁର ଜିଲାର କୋଇଲା ଏବଂ ଇସ୍ପାତ ଆଦି ଖଣି କର୍ମଚାରୀ ଧର୍ମଘଟରେ ସାମିଲ ହୋଇଥିବାରୁ ଖଣିଜ ସମ୍ପଦ ଖନନ ପ୍ରଭାବିତ ହୋଇଛି। ସଙ୍ଗଠନଗୁଡ଼ିକ ସକାଳ ୬ଟାରୁ ଜାତୀୟ ରାଜପଥରେ ରାସ୍ତାରୋକ କରି ପିକେଟିଂ କରିବା ଯୋଗୁଁ ଗାଡ଼ି ମୋଟର ଚଳାଚଳ ପ୍ରଭାବିତ ହୋଇଛି।