ମେଟ୍ରୋ ଟିଭି ଓଡିଶା,୧୧/୨ : ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେଲେ ସୁମିତ୍। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ତପସ୍ୱିନୀଙ୍କ ଭରଣପୋଷଣ ବାବଦକୁ ୧୭ହଜାର ଟଙ୍କା ଦେଇଛନ୍ତି।
ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେଲେ ସୁମିତ୍
ଗତକାଲି ସନ୍ଧ୍ୟାରେ ତାଙ୍କ ଓକିଲଙ୍କ ଜରିଆରେ କୋର୍ଟରେ ଡ୍ରାଫ୍ଟ ଆକାରରେ ଜମା କରିଛନ୍ତି ପ୍ରଥମେ ଟଙ୍କା ନାହିଁ କେମିତି ଦେବି ବୋଲି କହିବା ପରେ ସନ୍ଧ୍ୟାରେ ଟଙ୍କା ଜମା କରିଥିବା ତପସ୍ୱିନୀଙ୍କ ଓକିଲ ସୂଚନା ଦେଇଛନ୍ତି। ପ୍ରତିମାସ ୧୦ ତାରିଖରେ ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେବାକୁ କୋର୍ଟ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ।
SDJM କୋର୍ଟରେ ଡ୍ରାଫ୍ଟ ଆକାରରେ ଦେଲେ ଟଙ୍କା
ସୂଚନା ଅନୁସାରେ,ପାରିବାରିକ ବିବାଦ ମାମଲାରେ କାଉନସେଲିଂ ପାଇଁ ଡାକ୍ତର ସୁମିତ ଫ୍ୟାମିଲି କୋର୍ଟରେ ହାଜର ହୋଇଥିବାବେଳେ ତପସ୍ୱିନୀ ଅନୁପସ୍ଥିତ ଥିବାରୁ କାଉନସେଲିଂ ହୋଇପାରିଲାନି ।