ବୁଝାମଣା ପରେ ସ୍ୱାଭାବିକ ହେଲା ମହାନଦୀ ସେତୁ ନିର୍ମାଣ କାମ
ମେଟ୍ରୋଟିଭିଓଡିଶା(୨୬.୪.୨୦୨୨)
ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣଧିନଥିବା ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ମଙ୍ଗଳବାର ସ୍ୱାଭାବିକ ହୋଇଛି। ମିତଲ କମ୍ପାନୀ ସହ ମହାନଦୀ ଠିକାସଂସ୍ଥାର ବୁଝାମଣା ପରେ ପୁର୍ନବାର ସେତୁ ନିର୍ମାଣ କାର୍ଯ୍ୟରେ ଉକ୍ତ କମ୍ପାନୀ ନିଜର ମେସିନ ଗାଡି ଇତ୍ୟାଦିକୁ କାମରେ ନିୟୋଜିତ କରିଛି। ଫଳରେ ମଙ୍ଗଳବାର ସକାଳେ ସେତୁ ନିର୍ମାଣକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିବା ଦେଖିବାକୁ ମିଳିଛି।ସୂଚନା ଥାଉ କି ଗତ ତିନିବର୍ଷହେଲା ମହାନଦୀ ସେତୁ ନିର୍ମାଣ କାର୍ଯ୍ୟରେ ଛତିଶଗଡ ଅଞ୍ଚଳର ମିତଲ କମ୍ପାନୀ ନିଜର ମେସିନ, ଗାଡିକୁ ଭଡା ସୁତ୍ରରେ ସେଠାରେ ନିୟୋଜିତ କରିଥିଲା।

ଏ ବାବଦକୁ ପାଖାପାଖି ୮୪ ଲକ୍ଷଟଙ୍କା ମିତଲ କମ୍ପାନୀ ପାଇବାକୁ ଥିବାବେଳେ ମହାନଦୀ ସେତୁ ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ପଇସା ଦେବାକୁ ସମୟ ଗଡାଉଥିଲା। ଫଳରେ ମିତଲ କମ୍ପାନୀ ନିର୍ମାଣ କାର୍ଯ୍ୟରୁ ସମସ୍ତ ଗାଡିକୁ କାଢିଦେଇ ସେତୁ ଉପରେ ମୋରମ୍ ଢାଳି ଏହାର ନିର୍ମାଣ କାର୍ଯ୍ୟ ବନ୍ଦ ରଖିଥିଲା। ଗତକାଲି ବକେୟା ଟଙ୍କାର ୫୦ ପ୍ରତିଶ୍ରତ ଦେବା ପରେ ଆଜି ନିର୍ମାଣ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।