ପ୍ରଚାର ମୈଦାନରେ ପ୍ରାର୍ଥିନୀଙ୍କ ସହ ବିଧାୟକ

ପ୍ରଚାର ମୈଦାନରେ ପ୍ରାର୍ଥିନୀଙ୍କ ସହ ବିଧାୟକ

ମେଟ୍ରୋ ଟିଭି ଓଡିଶା,୩୦/୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚାୟତରେ ଏବେ ସରଗରମ ଦେଖିବାକୁ ମିଳିଲାଣି। ଯେତେ ପାଖେଇ ଆସୁଛି ନିର୍ବାଚନ,ସେତେ ଗାଁରେ ଘରକୁ ଘର ବୁଲୁଛନ୍ତି ପ୍ରାର୍ଥୀ ପ୍ରାର୍ଥିନୀ । ଆମେ କହୁଛୁ କୁଜଙ୍ଗ ବ୍ଲକର ମଙ୍ଗରାଜପୁର ପଞ୍ଚାୟତରେ ତିନି ସରପଞ୍ଚ ପ୍ରାର୍ଥୀ ଥିବାବେଳେ ସ୍ଵାଧୀନ ପ୍ରାର୍ଥୀ ପ୍ରଚାର ମଇଦାନ କୁ ବାହାରିଛନ୍ତି । ଅପର ପକ୍ଷରେ ତାଙ୍କୁ ଟକର ଦଉଛି ସରପଞ୍ଚ ପ୍ରାର୍ଥିନୀ ଅବନ୍ତି ମାଝୀ । ତାଙ୍କର ଖୋଲା ବହି ଚିହ୍ନ ଧରି ପ୍ରଚାର ମଇଦାନରେ। ପ୍ରଚାର ମୈଦାନରେ ପ୍ରାର୍ଥିନୀଙ୍କ ସହ ବିଧାୟକ

ତାଙ୍କ ସାଥିରେ ,ସମିତି ସଭ୍ୟ ଓ ତିନି ନମ୍ବର ଜୋନ ର ଜିଲ୍ଲା ପରିଷଦ ଙ୍କ ପାଇଁ ପ୍ରଚାର ମଇଦାନରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପଞ୍ଚାୟତ ବୁଲି ସରପଞ୍ଚ ପ୍ରାର୍ଥିନୀ ଅବନ୍ତି ମାଝୀଙ୍କ ପାଇଁ ଭୋଟ ମାଗୁଛନ୍ତି। ଲୋକମାନଙ୍କୁ ବୈଠକରେ କହିଛନ୍ତି ଯେ ଏଥର ସରପଞ୍ଚ ସମିତିସଭ୍ୟ ଓ ଜିଲ୍ଲା ପରିଷଦ ବିଜୟର ଟିକା ନିଶ୍ଚୟ ପିନ୍ଧିବେ।ପଞ୍ଚାୟତରେ ଚର୍ଚ୍ଚା ହେଇଛି ଆଗରେ ଖୋଲା ବହିର ପଲା ଭାରି ରହିଛି । ଲୋକ ସମର୍ଥନ ବହୁତ୍ ରହିଛି ବୋଲି ଜଣା ପଡ଼ୁଛି । ଦେଖିବାର ରହିଛି କିଏ ବିଜୟର ଟୀକା ପିନ୍ଧିବ।

ରିପୋର୍ଟ ଦୀପକ ବାରିକ ମେଟ୍ରୋଟିଭି ଓଡିଶା