ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ

ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ

ମେଟ୍ରୋଟିଭିଓଡିଶା(୨୭.୩.୨୦୨୨):

ପୌର ନିର୍ବାଚନରେ ବିଜୁ ଜନତାଦଳର ଐତିହାସିକ ବିଜୟ ହୋଇଛି । ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡିକୁ ରାଜ୍ୟବାସୀ ବିପୁଳ ସମର୍ଥନ ଦେଇଛନ୍ତି । ୩ ମହାନଗର ନିଗମରେ ବିଜେଡି ବାଜିମାତ କରିଥିବାବେଳେ ୧୦୫ ମ୍ୟୁନିସିପାଲିଟି ଓ ଏନଏସି ଅଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବିଜେଡି ବାଜିମାତ କରିଛି । ୧୦୫ ଆସନ ମଧ୍ୟରୁ ବିଜେଡି ଏକାକୀ ୭୩ ଆସନରେ ବିଜ ୟଲାଭ କରିଥିବା ବେଳେ ବିଜେପି ୧୭, କଂଗ୍ରେସ ୭ ଓ ଅନ୍ୟମାନେ ୯ଟି ଆସନରେ ବିଜୟଲାଭ କରିଛନ୍ତି । ଏହି ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ।ଗାଁ ଭୋଟରଙ୍କ ପାଇଁ ସହରୀ ଭୋଟର ମଧ୍ୟ ବିଜେଡି ଉପରେ ଭରସା ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା ଓ ସ୍ୱଚ୍ଛ ତଥା ନିର୍ମଳ ଶାସନ ରାଜ୍ୟବାସୀଙ୍କ ହୃଦୟକୁ ଛୁଇଁ ।ରିଛି ବୋଲି ଏହି ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯାଇଛି । ବିଜେଡିର ବିକାଶଧାରା ଉପରେ ସହରବାସୀ ପୁଣିଥରେ ଆସ୍ଥାପ୍ରକଟ କରିଛନ୍ତି । ଭୁବନେଶ୍ୱର ମେୟର ପଦବୀ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାସ ୧ଲକ୍ଷ ୭୪ ହଜାର ୫୬୨ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସୁନୀତି ମୁଣ୍ଡ୍‌ ୧ଲକ୍ଷ ୧୩ ହଜାର ୪୧୯ ଓ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ୧୧ ହଜାର ୬ ଖଣ୍ଡ ଭୋଟ ପାଇଛନ୍ତି ।ସେହିପରି କଟକ ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସୁବାଷ ସିଂ ୧ ଲକ୍ଷ ୧୬ ହଜାର ୭୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଗିରିବାଳା ବେହେରା ୬୧ ହଜାର ୪୬୨ ଓ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୪୨ ହଜାର ୧୮୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।ସେହିପରି ବ୍ରହ୍ମୁର ମହାନଗର ନିଗମ ବିଜେଡିର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୦ହଜାର ୨୮୬ ଭୋଟ ବ୍ୟବଧାନରେ ବିଜୟଲାଭ କରିଛନ୍ତି ।ସେହିପରି କଟକ ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସୁବାଷ ସିଂ ୧ ଲକ୍ଷ ୧୬ ହଜାର ୭୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଗିରିବାଳା ବେହେରା ୬୧ ହଜାର ୪୬୨ ଓ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୪୨ ହଜାର ୧୮୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।ସେହିପରି ବ୍ରହ୍ମୁର ମହାନଗର ନିଗମ ବିଜେଡିର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୦ହଜାର ୨୮୬ ଭୋଟ ବ୍ୟବଧାନରେ ବିଜୟଲାଭ କରିଛନ୍ତି ।