ପୁନଃବାସ ହେବେ ୧୯ ମଠ
ପୁନଃବାସ ହେବେ ୧୯ ମଠ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠମନ୍ଦିର ପାଇଁ ପୁରୀ ସହରରେ ଜାଗା ଚିହ୍ନଟ। ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ସମସ୍ତ ୧୯ ଟି ମଠ ଏହି ପ୍ରକ୍ରିୟାକରଣ ରେ ସାମିଲ ରହିବେ ।
ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ରହିଲେ ଭକ୍ତ ମାନଙ୍କୁ ଦର୍ଶନ ପାଇଁ ଓ ଶେଷ ପୂଜା ପାଇଁ ସୁବିଧା ହେବ କହିଛନ୍ତି ଆଇନ ମନ୍ତ୍ରୀ । ଏନେଇ ଦେବୋତ୍ତର କମିଶନଙ୍କ ସହ ଦୁଇ ଥର ବୈଠକ ସହ ଜାଗା ଚିହ୍ନଟ ହୋଇଥିବା ସେ ସୂଚନା ଦେଇଛନ୍ତି ।
ଅନ୍ୟପଟରେ ଦୀର୍ଘ ୬ ବର୍ଷ ଧରି ଏଭଳି ଏକ ନିଷ୍ପତ୍ତି କୁ ପ୍ରତୀକ୍ଷା କରି ରହିଥିଲେ ମଠ ମହନ୍ତ । ପରିକ୍ରମା ପ୍ରକଳ୍ପ ପାଇଁ ମଠ ଗୁଡ଼ିକର ଅଧିକାଂଶ ସ୍ଥାନ ଉଚ୍ଛେଦ ହୋଇଥିବା ବେଳେ କେବଳ ଗାଦି ସ୍ଥାନଟି ରହିଛି । ଯାହା ସଂକୀର୍ଣ୍ଣ ଓ ଅଣଓସାରିଆ । ଭଜନ କୀର୍ତ୍ତନ ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ, ବିଦ୍ୟାର୍ଥୀ,ଗୋସେବା କିମ୍ବା ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ଏନେଇ ପୂର୍ବ ସରକାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ କରିପାରି ନଥିଲେ ।