ପାରାଦ୍ବୀପ ବନ୍ଦରରେ ଲାଗିଲା ବୃହତ୍‌କାୟ ଜାହାଜ

ମେଟ୍ରୋ ଟିଭି ଓଡିଶା (୨୫.୬.୨୦୨୨)

ପାରାଦ୍ବୀପ ବନ୍ଦରରେ ଲାଗିଥିବା ବୃହତ୍‌କାୟ ଲୁହାପଥର ବୋଝେଇ ଜାହାଜ ଏମ୍.ଭି.କେପ୍‌ରେ ସର୍ବାଧିକ ଲୁହାପଥର ଗୁଣ୍ଡ ବୋଝେଇ ହୋଇଛି। ଏହା ବନ୍ଦରର ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି।

ଏହି ଜାହାଜଟି ଜୁନ୍ ୨୧ ତାରିଖରେ ବନ୍ଦରର ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀର ନିଉ ଆଇରନ୍ ଓର୍ ବର୍ଥରେ ଲାଗିଥିଲା। ଏହି ଜାହାଜରେ ୧,୪୬, ୫୬୫ ମେଟ୍ରିକ ଟନ୍ ଆଇରନ୍ ଓର୍ ବୋଝେଇ କରାଯାଇଛି। ଯାହା ବନ୍ଦରର ପୂର୍ବ ରେକଡ ୧,୪,୮୫୩ ମେଟ୍ରିକ୍ ଟନ୍‌କୁ ଅତିକ୍ରମ କରି ରେକର୍ଡ ସ୍ଥାପନ କରିଛି। ଏହି ବୃହତ୍‌କାୟ ଜାହାଜର ଲମ୍ବ ୨୯୨ ମିଟର ଏବଂ ପ୍ରସ୍ଥ ୪୫ ମିଟର। ପାରାଦ୍ବୀପ ବନ୍ଦର ପଣ୍ୟ କାରବାର ଇତିହାସରେ ଏହା ସର୍ବ ବୃହତ୍‌କାୟ ଜାହାଜ। ଆଜି ଏହି ଜାହାଜଟି ମହାରାଷ୍ଟ୍ରର ଜୟଗଡ଼ ବନ୍ଦର ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି।