ପଦ୍ମପୁର ଭୋଟ ଗଣତି ଆରମ୍ଭ

ବରଗଡ଼: ପଦ୍ମପୁରରେ କିଏ ମାରିବ ବାଜି । ବିଜେଡି ଜିତିବାକୁ କହୁଥିବା ବେଳେ ବିଜେପି ମଧ୍ୟ ଜିତିବାକୁ କହୁଛି । ଏହାରି ଭିତରେ ସକାଳ ୮ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି। ଏଥିରେ ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଏବଂ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ (ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ ଏବଂ ୮୦ବର୍ଷରୁ ଊର୍ଦ୍ଧ୍ବ (ବରିଷ୍ଠ ନାଗରିକ) ଭୋଟ୍ ଗଣତି ହୋଇଛି ।