ମେଟ୍ରୋ ଟିଭି ଓଡିଶା,୧୦/୧: ପଞ୍ଚାୟତ ନିର୍ବାଚନ ହେବ କି ନାହି ଏ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । କୋଭିଡ୍ ସମୟରେ ନିର୍ବାଚନ ହେଲେ, କଣ ରହିବ କଟକଣା । କେମିତି ହେବ ନିର୍ବାଚନ ପରିଚାଳନା । ଏସବୁକୁ ନେଇ ରାଜନୈତିକ ଦଳଙ୍କଠାରୁ ମତାମତ ଲୋଡିବେ ରାଜ୍ୟ ନିର୍ବାଚନ କମିଶନର । ଏଥିରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେବେ । ସ୍ଥାନୀୟ ତୋଷାଳି ଭବନ ସ୍ଥିତି ମୁଖ୍ୟ ନିର୍ବାଚନ କମିସନରଙ୍କ କାର୍ୟ୍ୟାଳୟର ସମ୍ମିଳନୀ କକ୍ଷରେ ୧୧ଟା ୩୦ରେ ଏହି ବୈଠକ ବସିବ।କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ଢଙ୍ଗରେ ବ୍ୟାପକ ପରିବର୍ତ୍ତନ କରାଯିବ। ଏହା ପୂର୍ବରୁ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଗେଜେଟ୍ ବିଜ୍ଞପ୍ତି ଜରିଆରେ ଜଣାଇ ସାରିଛନ୍ତି । ଏବେ କେବଳ ଅପେକ୍ଷା ରାଜ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ । ଆଜିର ବୈଠକରୁ ଏକ ସକରାତ୍ମକ ସଙ୍କେତ ଆସିବ ବୋଲି ଆଶା ରଖିଛନ୍ତି ବିଭିନ୍ନ ଦଳ । କଟକଣା ଭିତରେ ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଜାରି ରଖିଛନ୍ତି ।
ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ବସିବ ସର୍ବ ଦଳୀୟ ବୈଠକ