ମେଟ୍ରୋ ଟିଭି ଓଡିଶା,୯/୨ : ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଗାଁ ଦାଣ୍ଡ ପ୍ରଚାର ସରଗରମ ଦେଖିବାକୁ ମିଳୁଛି । ବିଭିନ୍ନ ଦଳ ର ସମର୍ଥନ, ସରପଞ୍ଚ ଓ ନୋମିନି ପ୍ରାଥୀ ଘର କୁ ଘର ଯାଇଁ ଭୋଟ ମାଗୁଛନ୍ତି । ଆମେ କହଚୁ ନୂଆଗଡ ପଂଚାୟତ କଥା , ତିନି ସରପଞ୍ଚ ପାର୍ଥୀ ମୈଦାନ ରେ ଲଢୁ ଥିଵା ବେଳେ, ଜଣେ ଦଳିଅ ଥିବା ବେଳେ ଦୁଇଜଣ ସ୍ୱାଧୀନ ପାର୍ଥୀ ଲଢୁଛନ୍ତି ,ତା ମଧ୍ୟ ରୁ ସ୍ୱାଧୀନ ସରପଂଚ ପାର୍ଥୀ ହିସାବରେ ପ୍ରତାପ ଚନ୍ଦ୍ର ସାହୂ ଏଥର ନିର୍ବାଚନ ଲଢୁଛନ୍ତି । ସେ ଦିବ୍ୟାଙ୍ଗ ଅଟନ୍ତି. ଲୋକଙ୍କ ସେବା ପାଇଁ ଆଗେଇ ଆସିଛନ୍ତି । ତାଙ୍କର ହୁଇଲ ଚେୟାରରେ ଯାଇ ଘରକୁ ଘର ଭୋଟ ମାଗୁଛନ୍ତି । ପରିବର୍ତନ କରିବାକୁ କହୁଛନ୍ତି , ମୋତେ ଥରେ ଭୋଟ ଦିଅନ୍ତୁ ମୁଁ ତମ ସେବା କରିବି କହୁଛନ୍ତି ଯେ ମୋର ଇଚ୍ଛା ଶକ୍ତି ମନ ରୁ ଯାଇନାହିଁ. ମୁଁ ଦିବ୍ୟାଙ୍ଗ ହେଲେ ମଧ୍ୟ ଲୋକଙ୍କ ସମସ୍ୟା ଦୂର କରିବି ବେକାରୀ ସମସ୍ୟା, ପାନୀୟ ଜଳ ସୁବିଧା ଯୋଗାଇଦେବି ଏବଂ ସେ କହୁଛନ୍ତି ଯେ ସର୍ବାଙ୍ଗୀନ ଉର୍ନତି କରିବି ଲୋକ ମନ ପରିବର୍ତନ ନିଶ୍ଚୟ କରିବେ ଓ ବିଜୟୀ ଟୀକା ମୋତେ ପିନ୍ଧାଇବେ ।
ମୋତେ ଥରେ ଭୋଟ ଦିଅନ୍ତୁ, ମୁଁ ତୁମ ସେବା କରିବି
ଅପରପକ୍ଷ ରେ ସ୍ୱାଧୀନ ସରପଞ୍ଚ ପାର୍ଥୀ ଭିର୍ନ୍ନଏକ ପ୍ରୟାସ ରେ ବଳିଦିଆ ଗ୍ରାମରେ ଯୋଗୀ ଙ୍କୁ ଧରି କେନ୍ଦ୍ରା ବଜାଇ ଗାଁ ରେ ବୁଲି ଗୀତ ମାଧ୍ୟମରେ ଗାଁ ଦାଣ୍ଡରେ ଭୋଟ ମାଗୁଛନ୍ତି । ସେହିପରି ନୋମିନି ଦୁଇ ପାର୍ଥୀ ଗୋଟିଏ ଗ୍ରାମରୁ ଛିଡା ହୋଇଥିବା ବେଳେ ପଂଚାୟତ ରେ ସରଗରମ ଦେଖିବାକୁ ମିଳୁଛି । ଜଣେ ସ୍ୱାଧୀନ ପାର୍ଥି ତାଙ୍କର ନାମ ଗଗନ ବିହାରୀ ରାଉତ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ଓ ଲୋକଙ୍କୁ ଚି଼ହ୍ନ କହୁଛନ୍ତି ।
ଏଠାରେ ବିଜୟର ଟୀକା ମୋତେ ନିଶ୍ଚୟ ଦେବେ ବୋଲି କହିଛନ୍ତି । ଦଳିୟସମର୍ଥନ ରୁ ନୋମିନି ହିସାବରେ ଛିଡା ହୋଇଛନ୍ତି ଜ୍ଞାନଜିତ ସ୍ବାଇଁ । ସେ ବି ନିଜ ସମର୍ଥନ ଙ୍କୁ ନେଇ ପ୍ରଚାର ମୈଦାନ ସରଗରମ ଦେଖିବାକୁ ମିଳୁଛି.ଏଥର ଜନତା କାହାକୁ ଭୋଟ ଦେଇ ବିଜୟର ଟୀକା ପିନ୍ଧେଇବେ ବୋଲି ଦେଖିବାକୁ ବାକି ଅଛି ।
ରିପୋର୍ଟ ଦୀପକ ବାରିକ, ମେଟ୍ରୋଟିଭି ଓଡିଶା