ଧନରେ , ତୁ ବି ହାତ ଯୋଡି ତୋ ପାଇଁ ଭିକ ମାଗ

ଧନରେ , ତୁ ବି ହାତ ଯୋଡି ତୋ ପାଇଁ ଭିକ ମାଗ

ମେଟ୍ରୋ ଟିଭି ଓଡିଶା,୩/୨ : ମାଅ ଆଗରେ ପୁଅର ମୃତ୍ୟୁ ପାଖେଇ ଆସୁଛି । ମୃତ୍ୟୁ ଯେମିତି କହୁଛି , ମୁଁ ପାଖେଇ ଆସିଲିଣି । କେଉଁ ମାଆ ବା ସହିବ ଏତେ ନିକଟରେ ପୁଅର ମୃତ୍ୟୁକୁ ଦେଖି । ଏବେ ମୃତ୍ୟୁ ମାଆ-ପୁଅ ମଝିରେ ପାଚେରୀ ହୋଇ ଠିଆ ହୋଇଛି । ହେଲେ ମୃତ୍ୟୁକୁ ହରାଇବା ପାଇଁ ମାଆ ବି ମମତାର ପରୀକ୍ଷା ଦେଉଛନ୍ତି । ପୁଅର ଚିକିସ୍। ପାଇଁ ଓଡିଶାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ମାଆ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି । ପୁଣି ସେ ହାତେପାତି ନିବେଦନ କରିଛନ୍ତି , ମୋତେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରାଇ ଦିଅନ୍ତୁ । ମୁଁ ମୋ ପିଲାର କଥା କଣାଇବି । ମୋ ପୁଆ ଜିବନ ତାଙ୍କୁ କାନି ପତେଇ ଭିକ ମାଗିବି । ଏ ଧନଟ୍ଟ ଧନରେ, ତୁ ବି ହାତ ଯୋଡି ତୋ ପାଇଁ ଭିକ ମାଗ ।

ଏ ଇଲେକ୍ସନ ଭିଡ ଭିତରେ ତୋ ଇଞ୍ଜେକସନ ପାଇଁ ତୁ ଓଡିଶାବାସୀଙ୍କୁ ସାହାଯ୍ୟ ମାଗ । ମୁଁ ଆଉ କେତେ ବାର ଦୁଆର ହେବିରେ, କେତେ ମାଗିବିରେ, ମୋ କଥା କେହି ଶୁଣୁ ନାହାନ୍ତିରେ, ମୁଁ ଆଉ ପାରୁନି ଧନ ଆଉ ପାରୁନିଟ୍ଟ ହୁଏତ ତୁ ହାତ ଯୋଡିଲେ କାହା ହୃଦୟ ତରଳି ପାରେ, ସାହାଯ୍ୟର ମିଳିପାରେଟ୍ଟସରି ସରି ଆସୁଛି ସମୟ, କମି କମି ଆସୁଛି ଆୟୁଷ । ହାତରେ ଆଉ ମାତ୍ର ୪୫ ଦିନ । ମାର୍ଚ୍ଚ ୨୨କୁ ରାଜବୀରକୁ ୨ ବର୍ଷ ପୂରିବ । ଦେଢ ମାସ ଭିତରେ କୁନି ପୁଅକୁ ଦାମୀ ଇଞ୍ଜେକସନ ନଦେଲେ ହୁଏତ ସବୁଦିନ ପାଇଁ ମାଆଠୁ ଦୂରେଇ ଯାଇପାରେ ତା ସୁନାଧନ । ସେଥିପାଇଁ ପୁଅକୁ ୧୬ କୋଟିର ଇଞ୍ଜେକସନ ଦେବାକୁ ବାରଦୁଆର ବୁଲି ନେହୁରା ହେଉଛି ମାଆ । ହେଲେ ସବୁଆଡୁ ନିରାଶ ହେବା ପରେ ଶେଷରେ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଅର ପାଇଁ ଭିକ ମାଗିବାକୁ ଚାହୁଁଛି ମାଆ । ଆଶା ଅଛି, ହୁଏତ ମାଆର ଅସହାୟତା ଶୁଣି ରାଜ୍ୟ ସରକାର ସାହାଯ୍ୟ କରିପାରନ୍ତି କିମ୍ବା ଇଞ୍ଜେକସନର ବ୍ୟବସ୍ଥା କରେଇଦେଇ ପାରନ୍ତି । ଫୁଲବାଣୀ ଆମ୍ବପଡାର କୁଳମଣି ରଣା ଓ ତମଲିକା ଦାସଙ୍କ ଏକୋଇର ବୋଳା ବିଶିକେସନ ରାଜବୀର ।