ଓଡ଼ିଆଙ୍କର ବାର ମାସରେ ୧୩ ପର୍ବ। ବର୍ତ୍ତମାନ ପାର୍ବଣର ଋତୁ ଆରମ୍ଭ ହୋଇସାରିଛି। ତେବେ ଆଗକୁ ଆସୁଛି ଦୁର୍ଗାପୂଜା। ଚଳିତ ବର୍ଷ ଦୁର୍ଗାପୂଜା ଭସାଣିରେ ଡିଜେକୁ ସଂପୂର୍ଣ୍ଣ ଭାବେ ମନାକରାଯାଇଛି।ଚଳିତବର୍ଷ ଦୁର୍ଗାପୂଜା ଭସାଣିରେ ଡିଜେ ବାଜିବନି। ଏହାକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି ପୋଲିସ କମିଶନର। କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ପୋଲିସ କମିଶନର ସୂଚନା ଦେଇଛନ୍ତି। ଆସନ୍ତା ଅକ୍ଟୋବର ୧୪ରେ ଭସାଣି ହେବାକୁ ଥିବା ବେଳେ ଡିଜେକୁ ବାରଣ କରାଯାଇଛି। ତେବେ ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିପାରିବ ବୋଲି ଅନୁମତି ଦେଇଛନ୍ତି ପୋଲିସ କମିଶନର। ଭସାଣି ଶୋଭାଯାତ୍ରାରେ ୬ଟି ବକ୍ସ ବାଜିପାରିବ। ଜୋରଜବରଦସ୍ତ ଚାନ୍ଦା ମାଗିଲେ କିମ୍ବା ଡିଜେ ବଜାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହେବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର।
Trending
- ନିୟୁ ସିଟିକୁ କ୍ୟାବିନେଟ ମୋହର
- ସାରା ଦେଶରେ ଜାଲି ଭୋଟର କାର୍ଡ ଯାଞ୍ଚ ହେବ
- ସୁଭଦ୍ରା ଯୋଜନା ଟଙ୍କା ମିଳୁନଥିଲେ ପୁଣି ଆବେଦନ କରିପାରିବେ
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଲେ ମନ୍ମଥ, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀସ୍ତରରେ ଅଦଳବଦଳ
- ଆସୁଛି ଆଉ ଏକ ଲଘୁଚାପ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
Prev Post
Next Post