ତୃପ୍ତିଙ୍କୁ ବୁଝାଇବାକୁ ଗଲେ ରବି ମିଶ୍ର

‘ପତି-ପତ୍ନୀ ଓ ପ୍ରକୃତି’ହାଇଡ୍ରାମାକୁ ୭ ଦିନ ବିତିଲାଣି। ପ୍ରକୃତିଙ୍କୁ ପୋଲିସ ଜେରା କରିଥିଲେ ବାବୁସାନଙ୍କ ପାଖକୁ ଆସିନି ପୋଲିସ। ତେବେ ପତ୍ନୀଙ୍କ ଏଫଆଇଆର୍ ଯୋଗୁ ବାବୁସାନ୍ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିବା ବେଳେ ଏପଟେ ପତି-ପତ୍ନୀଙ୍କ ମଧ୍ୟରେ ପ୍ୟାଚପ୍ ଲାଗି ଉଦ୍ୟମ ହୋଇଛି। କଥାବର୍ତ୍ତା ମାଧ୍ୟମରେ ବିବାଦ ଦୂର କରିବାକୁ ଏବେ ଚେଷ୍ଟା ଚାଲିଛି। ପୁଣି ଥିରେ ମହାନ୍ତି ପରିବାର ଘନିଷ୍ଠ ରବି ମିଶ୍ରଙ୍କୁ ଦାୟିତ୍ବ ଦେଇଛନ୍ତି ଅଭିନେତ୍ରୀ ଅପରାଜିତା ମାହାନ୍ତି। ନିଜକୁ ଅପରାଜିତାଙ୍କୁ ଭାଇ କହୁଥିବା ରବି ମିଶ୍ର ଭଉଣୀ କଥାରେ ବୋହୂକୁ ବୁଝାସୁଝା କରିବା ପାଇଁ ବାପଘରକୁ ଯାଇଛି। ଏଥିପାଇଁ ଶୁକ୍ରବାର ତୁପ୍ତିଙ୍କୁ ସତ୍ୟନଗର ସ୍ଥିତ ବାସଭବନରେ ପହଞ୍ଚିଥିଲେ ଅଭିନେତା ରବି ମିଶ୍ର ଓ ଅନ୍ୟ ଜଣ ବ୍ୟକ୍ତି ପହଞ୍ଚିଲେ। ସେ ତୃପ୍ତିଙ୍କ ବାପା ଲଳିତ ଶତପଥୀ ଓ ମାଉସୀଙ୍କ ସହିତ ଆଲୋଚନା କରିଛନ୍ତି। କଥାବାର୍ତ୍ତା ମାଧ୍ୟାମରେ ବିବାଦକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି। ତୃପ୍ତିଙ୍କ ବାପାଙ୍କ ସହିତ କଥା ହେବା ସମୟରେ ବୋହୂ (ତୃପ୍ତି) ଓ ପୁଅ (ବାବୁସାନ୍‌ଙ୍କ ପୁଅ )କୁ ଜଗନ୍ନାଥ ବିହାର ସ୍ଥିତ ଘରକୁ ପଠାଇବାକୁ ଅନୁରୋଧ କରିଛନ୍ତି ।