କିଏ କହିଲେଣି ଅଣ୍ଡା ଖାଇବାକୁ ଡର ଲାଗୁଛି ତ ଆଉ କିଏ ପରାମର୍ଶ ଦେଲେଣି, କିଛି ଦିନ ପାଇଁ ଚିକେନ୍ ଛାଡ଼ି ଦେବାକୁ। ଆମିଷ ପ୍ରେମୀ ଚିନ୍ତାରେ, ବ୍ୟବସାୟୀ ବି ଘାଟାରେ। ପଡ଼ୋଶୀ ପୁରୀ ଜିଲ୍ଲାରେ ବାର୍ଡ ଫ୍ଳୁ ବ୍ୟାପିବା ପରେ ରାଜଧାନୀବାସୀଙ୍କୁ ଚେତାଇ ଦେଇଛି ପ୍ରଶାସନ। ଚିକେନ୍ ଖାଇବାକୁ ବାରଣ ସହ ପ୍ରଭାବିତ ଅଞ୍ଚଳରୁ କୁକୁଡ଼ା ଆଣିଲେ ବ୍ୟବସାୟୀଙ୍କ ବିରୋଧରେ ଆକ୍ସନ ଚେତାବନୀ ଭୁବନେଶ୍ବରରେ କିନ୍ତୁ କଂପନ । କେଉଁଠି ଗ୍ରାହକ ଡରିଲେଣି ଚିକେନ୍ ଆଉ ଅଣ୍ଡା ଖାଇବାକୁ । ଆଉ କେଉଁଠି ବ୍ୟବସାୟୀ କହିଲେଣି ଚିକେନ୍ ବେପାର ପୁରା ଡାଉନ୍ । ମାଡ଼ି ଚାଲିଥିବା ବାର୍ଡ ଫ୍ଲୁର ସିଧା ପ୍ରଭାବ ପଡ଼ିଛି ରାଜଧାନୀର ଆମିଷ ମାର୍କେଟ ଉପରେ। ମାଛ ନଚେତ୍ ମଟନ୍ ସେଣ୍ଟରରେ ବାର ଦେଖି ପୂର୍ବ ଅପେକ୍ଷା ଆମିଷ ପ୍ରେମୀଙ୍କର ଭିଡ଼ ରହୁଛି, ହେଲେ ଚିକେନ୍ ସେଣ୍ଟର କିନ୍ତୁ ଖାଁ ଖାଁ। ଯେଉଁଠି ଦିନେ କିଲୋ ପିଛା ୨୪୦ରୁ ୨୫୦ ଥିଲା ଚିକେନ୍ ରେଟ୍, ବାର୍ଡ ଫ୍ଲୁ ପରେ ୨ଶହ ତଳକୁ ଖସି ଆସିଛି ଦର। ଆହୁରି ବି ଦର ଖସନ୍ତା, କିନ୍ତୁ ବହୁଳ ମାତ୍ରାରେ କୁକୁଡ଼ା ଚାଷ ହେଉଥିବା ପୁରୀ ଜିଲ୍ଲାର ପିପିଲି, ନିମାପଡ଼ା ଏବଂ ଡେଲାଙ୍ଗ ଆଦି ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପି ଥିବାରୁ ପଡ଼ୋଶୀ ରାଜ୍ୟରୁ ଅଣାଯାଉଛି କୁକୁଡ଼ା ଆଉ ଅଣ୍ଡା। ବିଶେଷ କରି ଆନ୍ଧ୍ର, ଛତିଶଗଡ଼ ଏବଂ ଝାଡ଼ଖଣ୍ଡରୁ ମାଲ୍ ଅଣାଯାଉଛି, ତେଣୁ ଘାଟା ସହିବାକୁ ପଡୁଥିବା କହିଛନ୍ତି ବ୍ୟବସାୟୀ। ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ ପରେ ରାଜଧାନୀରେ ଆକ୍ସନ ମୋଡକୁ ଆସିଛନ୍ତି BMC କର୍ତ୍ତୃପକ୍ଷ। ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳରୁ ଚିକେନ ଆଣି ବିକିଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଶୁଣାଇଛନ୍ତି BMC କମିଶନର। କେବଳ ଏତିକି ନୁହେଁ, ଚିକେନ ଖାଉଥିବା ଓ ବ୍ୟବସାୟ ସହ ଜଡ଼ିତ ଲୋକଙ୍କୁ ବାର୍ଡ ଫ୍ଲୁ ସଂପର୍କରେ ସଚେତନତା ପାଇଁ ବିଜ୍ଞପ୍ତି ବି ଜାରି କରାଯାଇଛି। ସେହିପରି ଅସ୍ବାଭାବିକ ଭାବେ ଯଦି କେଉଁଠି କୁକୁଡ଼ା ଅସୁସ୍ଥ ହେଉଛନ୍ତି ଅବା ମୃତ୍ୟୁ ହେଉଛି, ସେ ସଂପର୍କରେ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର ନଚେତ୍ ୱାର୍ଡ ଅଫିସରେ ଜଣାଇବାକୁ କହିଛନ୍ତି। କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି କିମ୍ବା ଶିଶୁ ଜ୍ବର, ଛିଙ୍କ, କାଶ ଲାଗିରହିଲେ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରିବାକୁ ବି କହିଛନ୍ତି। ଏସବୁ ଭିତରେ ମେୟରଙ୍କ ପରାମର୍ଶ, ରାଜଧାନୀବାସୀ କିଛିଦିନ ପାଇଁ ଚିକେନ ନ ଖାଇଲେ ଭଲ ।
Trending
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
Prev Post
Next Post