ଗତିପଥ ବଦଳାଇବ ବାତ୍ୟା: ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା

ଗତିପଥ ବଦଳାଇବ ବାତ୍ୟା: ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା

ମେଟ୍ରୋଟିଭିଓଡିଶା(୭.୫.୨୦୨୨)

: ବଙ୍ଗୋପସାଗରରେ ହେବାକୁ ଥିବା ବାତ୍ୟା ଗତିପଥ ବଦଳାଇବ । ୧୦ରେ ବାତ୍ୟା ଗତିପଥ ବଦଳାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ତାଙ୍କ କହିବା ମୁତାବକ, ୮ରେ ସୃଷ୍ଟି ହେବାକୁ ଥିବା ବାତ୍ୟା ୧୦ ଯାଏ ସମାନ ଗତିରେ ଯିବ । ୧୦ ସନ୍ଧ୍ୟା ଯାଏ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବାତ୍ୟା । ୧୦ ତାରିଖ ସନ୍ଧ୍ୟା ପରେ ବାତ୍ୟା ଦିଗ ବଦଳାଇବାର ସମ୍ଭାବନା ରହିଛି । ଦିଗ ବଦଳାଇ କ୍ରମେ ଉତ୍ତର-ଉତ୍ତରପୂର୍ବକୁ ଗତି କରିବ ବାତ୍ୟା । ଓଡ଼ିଶା ଉକପୂଳ ପାଖାପାଖି ପହଞ୍ଚିବା ପରେ ଦିଗ ବଦଳାଇବ । ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ହୋଇଯିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ।