‘ଗଗନ” ଭିତ୍ତିକ ଏଲ୍‌ପିଭି ବ୍ୟବସ୍ଥାରେ ସଫଳ ବିମାନ ଉଡାଣ

ମେଟ୍ରୋଟିଭିଓଡିଶା(୨୮.୪.୨୦୨୨)

ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ଦ୍ୱାରା ଗୁରୁବାର ରାଜସ୍ଥାନର କିଷନଗଡ ବିମାନଘାଟୀରେ ‘ଗଗନ’ ଭିତ୍ତିକ ଏଲ୍‌ପିଭି ବ୍ୟବସ୍ଥାରେ ପରୀକ୍ଷାମୂଳକ ବିମାନ ଉଡାଣ ସଫଳତାର ସହ କରାଯାଇଛି । ‘ଗଗନ’ ଜିପିଏସ୍ ସହାୟତାରେ ପରିଚାଳିତ ଏକ ଜିଓ ଅଗମେଣ୍ଟେଡ ନାଭିଗେସନ (ଉଡାଣ) ବ୍ୟବସ୍ଥା । ଏଥିରେ ଭୂମିଠାରୁ ବିମାନର ଉଡାଣ ଉଚ୍ଚତା ଅବତରଣ ଓ ଅନ୍ୟାନ୍ୟ  ବିଷୟ ନିର୍ଦ୍ଧାରିତ ହୋଇଥାଏ । ସଂକ୍ଷେପରେ ଏହା ଏଲ୍‌ପିଭି ଆପ୍ରୋଚ ପ୍ରସିଡିଓର ଭାବେ ପରିଚିତ । ଏଥିରେ ଆଜି ହାଲ୍‌କା ବିମାନର ପରୀକ୍ଷାମୂଳକ ଉଡାଣ କରାଯାଇଥିଲା ।

ବାୟୁ ପରିବହନ ସେବା (ଏଏନ୍‌ଏସ୍‌) କ୍ଷେତ୍ରରେ  ଭାରତ ପାଇଁ ଏହା ଏକ ବିରାଟ ସଫଳତା। ବେସାମରିକ ବିମାନ ଉଡାଣ ଇତିହାସରେ  ଏହା ଏକ ମାଇଲଖୁଣ୍ଟ। ଏଭଳି ସଫଳତା ହାସଲ କରିବାରେ ଭାରତ ଏସିଆ ଓ ପ୍ରଶାନ୍ତ ମହାସାଗର ଅଞ୍ଚଳର ପ୍ରଥମ ଦେଶ। ଏଲ୍‌ପିଭି (ଲୋକାଲାଇଜର ପରଫରମାନ୍ସ ଉଇଥ ଭର୍ଟିକାଲ ଗାଇଡାନ୍ସ)ର ବିଶେଷତ୍ୱ ହେଲା ଏହା ବିମାନକୁ ଉତ୍‌ଥାନ, ଉଡାଣ ଓ ଅବତରଣ କାଳରେ ଆବଶ୍ୟକ ନିରାପଦ ଦିଗ୍‌ଦର୍ଶନ ଦେଇଥାଏ। ଏହି ବ୍ୟବସ୍ଥାଟି ‘କ୍ୟାଟ୍‌-ଇଲ୍ସ’ ସହିତ ସମକକ୍ଷ । ଏଥିରେ ବିମାନ ଉଡାଣ ପାଇଁ ସ୍ଥଳଭିତ୍ତିକ ଉଡ୍ଡୟନ ଭିତ୍ତିଭୂମିର ଆବଶ୍ୟକତା ବିଶେଷ ନାହିଁ । ଏଥିପାଇଁ ଜିପିଏସ୍ ଓ ଗଗନ ଜିଓ ଷ୍ଟେସନାରୀ ସାଟେଲାଇଟ୍ ସେବା ଯୋଗାଉଛି। ଇସ୍ରୋ ପକ୍ଷରୁ ମହାକାଶକୁ ପ୍ରେରଣ କରାଯାଇଥିବା ଜିସାଟ୍‌-୮, ଜିସାଟ-୧୦ ଓ ଜିସାଟ-୧୫ଉପଗ୍ରହମାନ ଏହି ଉଡାଣ ପାଇଁ ସେବା ଯୋଗାଣରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି ।

ଗଗନ ଏକ ଭାରତୀୟ  ଉପଗ୍ରହଭିତ୍ତିକ ପ୍ରବର୍ଦ୍ଧନ(ଅଗମେଣ୍ଟେସନ) ବ୍ୟବସ୍ଥା । ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦ୍ୱାରା ଏହା ମିଳିତ ଭାବେ ବିକାଶିତ ହୋଇଛି ।      ବିଷୁବ ମଣ୍ଡଳୀୟ ଅଞ୍ଚଳରେ ଭାରତ ଏବଂ ଏହାର ପଡୋଶୀ ରାଷ୍ଟ୍ରଙ୍କ ନିମନ୍ତେ ପ୍ରଥମ କରି ଏହି ବ୍ୟବସ୍ଥା ତିଆରି କରାଯାଇଛି । ଭର୍ଟିକାଲ ଗାଇଡାନ୍ସ ଏବଂ ଏନ୍‌ରୁଟ୍ ଅପରେସନ ପାଇଁ ଗଗନ ସିଷ୍ଟମକୁ ଡିଜିସିଏ ୨୦୧୫ରେ ପ୍ରମାଣପତ୍ର ପ୍ରଦାନ କରିଥିଲା । ବିଶ୍ୱରେ