ଆସୁଛି ବାତ୍ୟା

cylone

ମେଟ୍ରୋ ଟିଭି ଓଡିଶା (୧୫ .୩ . ୨୦୨୨) :

ଲଘୁଚାପ ବାତ୍ୟାର ରୂପ ନେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ବାତ୍ୟା ଆକଳନ ହୋଇନଥିବା ଆଇଏମଡି ଡିଜି ମୃତ୍ୟୁ ମହାପାତ୍ର କହିଛନ୍ତି । ବାତ୍ୟା ନେଇ ଏପର୍ଯ୍ୟନ୍ତ କିଛି ଆକଳନ କରାଯାଇନି ବୋଲି ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ।

ତେବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହେବ । ଲଘୁଚାପ ସୃଷ୍ଟି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।