ଆଜି ରାଜ୍ୟର ୧୫୬ ବାର୍ରେ ନିର୍ବାଚନ
ଆଜି ରାଜ୍ୟର ୧୫୬ ବାର୍ରେ ନିର୍ବାଚନ । ବାର ଆସୋସିଏସନ୍ର ସଭାପତି, ସମ୍ପାଦକ, ସହକାରୀ ସମ୍ପାଦକ, ଉପସଭାପତି, ପାଠଗାର ସମ୍ପାଦକ, କାର୍ଯ୍ୟନିର୍ବାହୀ ସଦସ୍ୟ ଆଦି ପଦ ପାଇଁ ନିର୍ବାଚନ ହେଉଛି । ଏଥିରେ ୩୭ ହଜାର ୨୫୩ ଜଣ ଆଇନଜୀବୀ ଭୋଟ୍ ଦେବେ। ‘ୱାନ୍ ବାର୍, ୱାନ୍ ଭୋଟ୍’ ନିୟମରେ ନିର୍ବାଚନ ଚାଲିଛି । ଅର୍ଥାତ୍ ଜଣେ ଆଇନଜୀବୀ କେବଳ ଗୋଟିଏ ବାର୍ ଆସୋସିଏସନ୍ରେ ନିଜ ମତଦାନ ସାବସ୍ତ୍ୟ କରିବେ । ସମସ୍ତ ବାର୍ରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ କୁହାଯାଇଛି ।