ମେଟ୍ରୋ ଟିଭି ଓଡିଶା (୨୨.୪.୨୦୧୨)
ଆଜି ବିଶ୍ୱ ଧରିତ୍ରୀ ଦିବସ । ଧରିତ୍ରୀ ମାଆକୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ୨୨ ତାରିଖଟିକୁ ବିଶ୍ୱ ଧରିତ୍ରୀ ଦିବସ ରୂପେ ପାଳିତ ହୋଇଥାଏ । ସଂପ୍ରତି ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଓ ମଣିଷର ଅମାନୁଷିକ କାର୍ଯ୍ୟକଳାପ ଯୋଗୁଁ ଜୈବ ବିବିଧତା ବି ର୍ଯ୍ୟସ୍ତ । ସର୍ବୋପରି ମଣିଷର ସ୍ୱେଚ୍ଛାଚାରୀ କାର୍ଯ୍ୟକଳାପ ଯୋଗୁଁ ଧରିତ୍ରୀ ମାଆର ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ସଙ୍କଟ ଆଣିଦେଇଛି ।

ଏହି ପରିପ୍ରେକ୍ଷୀରେ ସ୍ମାର୍ଟନଗରୀ ଭୁବନେଶ୍ୱରର ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରଙ୍ଗ, ବେରଙ୍ଗ ମୁରୁଜକୁ ବ୍ୟବହାର କରି ପୃଥିବୀ ଜଳୁଛି, ସୁରକ୍ଷା ଲୋଡୁଛି ଉପରେ ଆଧାରିତ ଚିତ୍ର ଆଙ୍କି ସମଗ୍ର ବିଶ୍ୱକୁ ଏକ ବଳିଷ୍ଠ ବାର୍ତ୍ତା ଦେବା ପାଇଁ ପ୍ରୟାସ କରିବା ସହ ପୃଥିବୀର ସୁରକ୍ଷା ପାଇଁ ଇଂରାଜୀ ଭାଷାରେ ‘ସେଭ୍ ଦି ଆର୍ଥ’ର ଏକ ସ୍ଲୋଗାନକୁ ସ୍ଥାନିତ କରି ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି । ଶ୍ରୀ ସାହୁ ଏ ସମ୍ପର୍କରେ କୁହନ୍ତି ଆଜି ଆମେ ବିକାଶ ଓ ବିନାଶର ଦୋଛକିରେ ପହଞ୍ଚିଗଲୁଣି । ବିଶ୍ୱତାପନକୁ ଆମେ ଇଂରାଜୀ ଭାଷାରେ ଗ୍ଲୋବାଲ୍ ୱାର୍ମିଂ ବୋଲି କହୁଛେ । ବର୍ତ୍ତମାନ ମେରୁ, ତରୁ, ମରୁ ସବୁ ତତଲା । ଦେଖିବାକୁ ଗଲେ ଗୋଟିଏ ପଟେ ମେରୁ ତରଳିବାରେ ଲାଗିଛି।