ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ଶୁକ୍ଳ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଏହି ଦିନକୁ ଔପଚାରିକ ଭାବେ କୃଷକ ଦିବସ ଭାବେ ମଧ୍ୟ ଜଣାଯାଏ । କାରଣ କୃଷକ ଏହି ଦିନର ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ ଦେଇଥାଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି ବୋଲି କୁହାଯାଏ । କେବଳ ସେତିକି ନୁହେଁ ଏହି ଦିନ ଅତ୍ୟନ୍ତ ଶୁଭ ହୋଇ ଥିବାରୁ ଗୃହନିର୍ମାଣ, ନିର୍ବନ୍ଧ, ବିବାହ ଆଦି ଶୁଭକାର୍ଯ୍ୟ ଅନୁଷ୍ଠିତ ହୁଏ ।ରଥନିର୍ମାଣର ଶୁଭାନୁକୂଳ ଏହି ଦିନରେ ହିଁ ହୋଇଥାଏ । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ସେଥିଲାଗି ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ବିନିରେ ବିଶ୍ବକର୍ମାମାନେ ୩ଟି ଧଉରା କାଠରେ ରଥ ନିର୍ମାଣର ଶୁଭାରମ୍ଭ କରିବେ। ଏତଦବ୍ୟତୀତ ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଆଜି ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଯିବେ ଠାକୁର। ଏଥିପାଇଁ ଚୂଡାନ୍ତ ପର୍ଯ୍ୟାୟ ପହଞ୍ଚିଛି ପ୍ରସ୍ତୁତି ।
Trending
- ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
Prev Post
Next Post