ମେଟ୍ରୋ ଟିଭି ଓଡିଶା (୧୯ .୨.୨୦୨୨) :
ଆଜି ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଅପରାହ୍ନ ୫ଟାରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫ଟା ୪୫ ମିନିଟ୍ରେ ବାହାରିବେ। ଏଥିପାଇଁ ଆଜି ଅପରାହ୍ନ ୪ଟାରୁ ୬ଟା ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପୂର୍ବରୁ ଆଜି ସକାଳୁ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ୍ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ସହ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ଭି କେ ପାଣ୍ଡିଆନ ଆଲୋଚନା କରିଛନ୍ତି । ସେହିପରି ଆସନ୍ତାକାଲି ଅର୍ଥାତ୍ ୨୦ ତାରିଖ ସକାଳ ୧୦ଟା ୩୫ ମିନିଟ୍ରେ ରାଷ୍ଟ୍ରପତି ଗୌଡୀୟ ମଠ ପରିଦର୍ଶନ କରି ପୂର୍ବାହ୍ନ ୧୧ଟାରେ ଗୌଡୀୟ ମିଶନର ପ୍ରତିଷ୍ଠାତାଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉତ୍ସବରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ପାଇଁ ବ୍ଲୁ ବୁକ୍ ବ୍ୟବସ୍ଥା ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନାଥାଉ କି, ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଗତକାଲି ପୁରୀରେ କାରକେଡ୍ ରିହର୍ସାଲ ହୋଇଥିଲା।