ମେଟ୍ରୋ ଟିଭି ଓଡିଶା (୨୧.୪.୨୦୧୨)
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି କେବେ ଶତକ ଅର୍ଜନ କରିବେ ସେ ପ୍ରଶ୍ନ ଏବେ ପୁରୁଣା ହୋଇଯାଇଛି। ଏବେ ପ୍ରଶଂସକମାନେ ତାଙ୍କଠାରୁ ଭଲ ଇନିଂସ ଆଶା କରୁଛନ୍ତି। ଭାରତୀୟ ଦଳ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ପଦ ଛାଡ଼ିବା ପରେ ସେ ମଧ୍ୟ ବ୍ୟାଟ୍ସମ୍ୟାନ ଭାବେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଚଳିତ ଆଇପିଏଲରେ ବିନା ଅଧିନାୟକତ୍ବରେ ଖେଳୁଛନ୍ତି। ଅଧିନାୟକ ଚାପ ହଟିବା ପରେ ଭଲ ପ୍ରଦର୍ଶନ ନେଇ କ୍ରିକେଟ ପ୍ରେମୀମାନେ ଆଶା ରଖିଥିଲେ। କିନ୍ତୁ ବିରାଟ ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ ଗୁଡ଼ିକରେ ସେଭଳି ପ୍ରଦର୍ଶନ କରିପାରିନାହାନ୍ତି। ମଙ୍ଗଳବାର ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷ ମ୍ୟାଚରେ କୋହଲି ଶୂନରେ ଆଉଟ୍ ହୋଇଥିଲେ। ପ୍ରଥମ ବଲରେ ଖାତା ଖୋଲି ନପାରି ପ୍ୟାଭିଲିୟନକୁ ଫେରି ଯାଇଥିଲେ। ବିରାଟଙ୍କ ଏଭଳି ପ୍ରଦର୍ଶନକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କୋହଲିଙ୍କୁ କ୍ରିକେଟରୁ ବିରତି ନେବାକୁ ପରାମର୍ଶ ଦେଇଛନ୍ତି। ଜୈବ ନିରାପତ୍ତା ବଳୟ ସହିତ ଜଡିତ ପ୍ରତିବନ୍ଧକ ମଧ୍ୟରେ ଆମେ ଖେଳାଳିମାନଙ୍କ ଯତ୍ନ ନେବା ଉଚିତ। କୋହଲିଙ୍କ ନିକଟରୁ ଆଉ ୬ରୁ ୭ ବର୍ଷ କ୍ରିକେଟ ବାକି ରହିଛି। ତେଣୁ ତାଙ୍କୁ ବିଶ୍ରାମ ଆବଶ୍ୟକ ବୋଲି ଶାସ୍ତ୍ରୀ କହିଛନ୍ତି। ୨୦୨୨ ଆଇପିଏଲ ପୂର୍ବରୁ ସେ ଅଧିନାୟକ ପଦ ଛାଡିଥିଲେ। ତା ପରେ ଜଣେ ବ୍ୟାଟ୍ସମ୍ୟାନ ଭାବେ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ଚଳିତ ଆଇପିଏଲରେ କୋହଲି ୭ଟି ମ୍ୟାଚରୁ ୧୯.୮୩ ପ୍ରତିଶତ ହାରରେ ୧୧୯ରନ କରିଛନ୍ତି। ସେଥିରେ ଦୁଇଥର ମାତ୍ର ୪୦ରୁ ଅଧିକ ସ୍କୋର ରହିଛି। ସେହିପରି ଶାସ୍ତ୍ରୀଙ୍କ ମତ ସହ ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ ସହମତି ପ୍ରକାଶ କରିଛନ୍ତି। କୋହଲିଙ୍କ ନିକଟରେ ଏବେ ବି ଅନେକ କ୍ରିକେଟ ବାକି ରହିଛି।