ଆଇପିଏଲ୍ ୨୦୨୪ର ନିଲାମୀର ଆୟୋଜନ ପ୍ରଥମ ଥର ଭାରତ ବାହାରେ ହେବାକୁ ଯାଉଛି । ୧୯ ଡିସେମ୍ବରରେ ଏହି ନିଲାମୀ ପ୍ରକ୍ରିୟାର ଆୟୋଜନ ଦୁବାଇର କୋକାକୋଲା ଏରିନାରେ ହେବ । ନିଲାମୀ ପାଇଁ ଏଥର ୧୧୬୬ ଖେଳାଳୀ ନିଜର ନାମ ପଞ୍ଜୀକୃତ କରାଇଛନ୍ତି । ୧୦ ଫ୍ରଞ୍ଚାଇଜ୍ ଟିମ୍ ଏହି ମିନି ଅକ୍ସନ ପ୍ରକ୍ରିୟାରେ ବୋଲି ଲଗାଇବେ । ଏଥର ଗୋଟିଏ ଦିନ ପାଇଁ ଏହି ନିଲାମୀର ଆୟୋଜନ କରାଯାଉଛି । ଏହା ପୂର୍ବରୁ ଏହାର ଆୟୋଜନ ୨ ଦିନ ପର୍ଯ୍ୟନ୍ତ ହେଉଥିଲା ।ଏହି ନିଲାମୀରେ ସର୍ବାଧିକ ୭୭ ଖେଳାଳି କିଣାଯିବେ । ଗୁଜୁରାଟ ଟାଇଟନ୍ସ ଫ୍ରାଞ୍ଚାଇଜ୍ ସବୁଠାରୁ ଅଧିକ ବୋଲିରେ ଏହି ନିଲାମୀରେ ଭାଗ ନେବ । ଏହି ନିଲାମୀରେ ଜେଟି ପାଖରେ ୩୮.୧୫ କୋଟି ଓ ଲକ୍ଷ୍ନୌ ସୁପର ଜିଆଣ୍ଟ ପର୍ସରେ ସର୍ବନିମ୍ନ ୧୩.୧୫ କୋଟି ରହିଛି ।ଆଇପିଏଲ୍ ୨୦୨୪ ନିଲାମୀ ଲାଗି ଯେଉଁ ଖେଳାଳୀମାନେ ନିଜର ନାମ ପଞ୍ଜୀକୃତ କରାଇଛନ୍ତି ସେମାନଙ୍କ ମଧ୍ୟରେ ୮୩୦ ଭାରତୀୟ ଓ ୩୩୬ ବିଦେଶୀ ଖେଳାଳୀ ଅଛନ୍ତି । ଏଥିରେ ୯୦୯ ଅନ୍ତଃର୍ଜାତୀୟ ସ୍ତରର ଖେଳାଳୀ ଓ ୨୧୨ ଜାତୀୟ ସ୍ତରର ଖେଳାଳୀ ସାମିଲ ଅଛନ୍ତି । ୪୫ ଦେଶର ଖେଳାଳୀ ଏଥିପାଇଁ ନିଜର ନାମ ପଞ୍ଚୀକରଣ କରିଛନ୍ତି । ଏହି ନିଲାମୀରେ ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ରଚିନ୍ ରବୀନ୍ଦ୍ର ଓ ବିଶ୍ୱକପ୍ ଫାଇନାଲ ହିରୋ ଟ୍ରେଭିସ୍ ହେଡ୍ଙ୍କ ଉପରେ ପଇସା ବର୍ଷା ହୋଇପାରେ ।
Trending
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
Prev Post