ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଝୋଟ ବର୍ଷ ୨୦୨୩-୨୪ (ଜୁଲାଇ ୧, ୨୦୨୩ରୁ ୩୦ ଜୁନ୍, ୨୦୨୪) ପାଇଁ ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ବ୍ୟବହାର ପାଇଁ ସଂରକ୍ଷଣ ନିୟମକୁ ଅନୁମୋଦନ କରିଛି । ଝୋଟ ବର୍ଷ ୨୦୨୩-୨୪ ପାଇଁ ଅନୁମୋଦିତ ହୋଇଥିବା ବାଧ୍ୟତାମୂଳକ ପ୍ୟାକେଜିଂ ନିୟମ ଅନୁଯାୟୀ ଖାଦ୍ୟଶସ୍ୟର ଶତ ପ୍ରତିଶତ ସଂରକ୍ଷଣ ଏବଂ ୨୦ ପ୍ରତିଶତ ଚିନିକୁ ବାଧ୍ୟତାମୂଳକ ଭାବେ ଝୋଟ ବ୍ୟାଗରେ ପ୍ୟାକିଂ କରାଯିବ।ବର୍ତ୍ତମାନର ପ୍ରସ୍ତାବରେ ସଂରକ୍ଷଣ ନିୟମ ଭାରତରେ କଞ୍ଚା ଝୋଟ ଏବଂ ଝୋଟ ପ୍ୟାକେଜିଂ ସାମଗ୍ରୀର ଘରୋଇ ଉତ୍ପାଦନର ହିତକୁ ଆହୁରି ସୁରକ୍ଷିତ କରିବ, ଯାହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଅନୁରୂପ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ। ଝୋଟ ପ୍ୟାକେଜିଂ ସାମଗ୍ରୀରେ ପ୍ୟାକେଜିଂ ପାଇଁ ସଂରକ୍ଷଣ ଦେଶରେ ଉତ୍ପାଦିତ କଞ୍ଚା ଝୋଟର ପ୍ରାୟ ୬୫% (୨୦୨୨-୨୩ରେ) ବ୍ୟବହାର କରାଯାଏ । ଜେପିଏମ୍ ଆଇନର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ସରକାର ଝୋଟ ମିଲ୍ ଓ ଆନୁସଙ୍ଗିକ ୟୁନିଟ୍ରେ ନିୟୋଜିତ ୪ ଲକ୍ଷ ଶ୍ରମିକଙ୍କୁ ଆଶ୍ୱସ୍ତି ଦେବା ସହ ପ୍ରାୟ ୪୦ ଲକ୍ଷ କୃଷକ ପରିବାରର ଜୀବିକା ନିର୍ବାହରେ ସହାୟକ ହେବେ। ଏହାବ୍ୟତୀତ ଏହା ପରିବେଶ ସୁରକ୍ଷାରେ ସହାୟକ ହେବ କାରଣ ଝୋଟ ପ୍ରାକୃତିକ, ଜୈବ-ଅବକ୍ଷୟଯୋଗ୍ୟ, ନବୀକରଣଯୋଗ୍ୟ ଏବଂ ପୁନଃବ୍ୟବହାରଯୋଗ୍ୟ ଫାଇବର ଏବଂ ତେଣୁ ଏହା ସମସ୍ତ ସ୍ଥାୟିତା ମାନଦଣ୍ଡ ପୂରଣ କରେ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post
Next Post