ଆଇପିଏଲ୍ ୨୦୨୪ର ନିଲାମୀର ଆୟୋଜନ ପ୍ରଥମ ଥର ଭାରତ ବାହାରେ ହେବାକୁ ଯାଉଛି । ୧୯ ଡିସେମ୍ବରରେ ଏହି ନିଲାମୀ ପ୍ରକ୍ରିୟାର ଆୟୋଜନ ଦୁବାଇର କୋକାକୋଲା ଏରିନାରେ ହେବ । ନିଲାମୀ ପାଇଁ ଏଥର ୧୧୬୬ ଖେଳାଳୀ ନିଜର ନାମ ପଞ୍ଜୀକୃତ କରାଇଛନ୍ତି । ୧୦ ଫ୍ରଞ୍ଚାଇଜ୍ ଟିମ୍ ଏହି ମିନି ଅକ୍ସନ ପ୍ରକ୍ରିୟାରେ ବୋଲି ଲଗାଇବେ । ଏଥର ଗୋଟିଏ ଦିନ ପାଇଁ ଏହି ନିଲାମୀର ଆୟୋଜନ କରାଯାଉଛି । ଏହା ପୂର୍ବରୁ ଏହାର ଆୟୋଜନ ୨ ଦିନ ପର୍ଯ୍ୟନ୍ତ ହେଉଥିଲା ।ଏହି ନିଲାମୀରେ ସର୍ବାଧିକ ୭୭ ଖେଳାଳି କିଣାଯିବେ । ଗୁଜୁରାଟ ଟାଇଟନ୍ସ ଫ୍ରାଞ୍ଚାଇଜ୍ ସବୁଠାରୁ ଅଧିକ ବୋଲିରେ ଏହି ନିଲାମୀରେ ଭାଗ ନେବ । ଏହି ନିଲାମୀରେ ଜେଟି ପାଖରେ ୩୮.୧୫ କୋଟି ଓ ଲକ୍ଷ୍ନୌ ସୁପର ଜିଆଣ୍ଟ ପର୍ସରେ ସର୍ବନିମ୍ନ ୧୩.୧୫ କୋଟି ରହିଛି ।ଆଇପିଏଲ୍ ୨୦୨୪ ନିଲାମୀ ଲାଗି ଯେଉଁ ଖେଳାଳୀମାନେ ନିଜର ନାମ ପଞ୍ଜୀକୃତ କରାଇଛନ୍ତି ସେମାନଙ୍କ ମଧ୍ୟରେ ୮୩୦ ଭାରତୀୟ ଓ ୩୩୬ ବିଦେଶୀ ଖେଳାଳୀ ଅଛନ୍ତି । ଏଥିରେ ୯୦୯ ଅନ୍ତଃର୍ଜାତୀୟ ସ୍ତରର ଖେଳାଳୀ ଓ ୨୧୨ ଜାତୀୟ ସ୍ତରର ଖେଳାଳୀ ସାମିଲ ଅଛନ୍ତି । ୪୫ ଦେଶର ଖେଳାଳୀ ଏଥିପାଇଁ ନିଜର ନାମ ପଞ୍ଚୀକରଣ କରିଛନ୍ତି । ଏହି ନିଲାମୀରେ ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ରଚିନ୍ ରବୀନ୍ଦ୍ର ଓ ବିଶ୍ୱକପ୍ ଫାଇନାଲ ହିରୋ ଟ୍ରେଭିସ୍ ହେଡ୍ଙ୍କ ଉପରେ ପଇସା ବର୍ଷା ହୋଇପାରେ ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post