ନ୍ୟୁଜିଲାଣ୍ଡକୁ ୩୦୭ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଅକ୍‌ଲାଣ୍ଡ: ପ୍ରଥମ ଦିନିକିଆରେ ଭାରତ 306 ରନ୍ କରିଛି । ଭାରତୀୟ ଟିମ୍‌ ପକ୍ଷରୁ ଶ୍ରେୟସ ଆୟର ୮୦ ରନ୍ ଓ ଶିଖର ଧଓ୍ବନ୍‌ ୭୨ ରନ୍‌ର ଇନିଂସ ଖେଳିଛନ୍ତି। ଭାରତ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୩୦୭ ରନ୍‌ର ଟାର୍ଗେଟ ଦେଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ୭ ଓ୍ବିକେଟରେ ୩୦୬ ରନ୍‌ କରିଥିଲେ।

ଭାରତୀୟ ଇନିଂସର ଆକର୍ଷଣର କେନ୍ଦ୍ର ଶିଖର ଧଓ୍ବନ, ଶ୍ରେୟସ୍‌ ଆୟର ଓ ଶୁଭମ ଗିଲ୍‌ ମଧ୍ୟ ଅଛନ୍ତି। ଧଓ୍ବନ୍‌ ୭୨ ଓ ଗିଲ୍‌ ୫୦ ରନ୍‌ର ଇନିଂସ ଖେଳିଛନ୍ତି। ସେଭଳି ଶ୍ରେୟସ୍‌ ଆୟର ମଧ୍ୟ ୭୬ ବଲ୍‌ରେ ଜୋରଦାର ୮୦ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ଓ ଲକି ଫର୍ଗୁସନ୍‌ ତିନୋଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ।