ପରାଜୟ ପରେ ଟିମ ଇଣ୍ଡିଆକୁ ଆହୁରି ଏକ ବଡ଼ ଝଟକା ଲାଗିଛି । ଆହତ ସମସ୍ୟା ଯୋଗୁଁ ଷ୍ଟାର ପ୍ଲେୟର କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ଆଗାମୀ ସିରିଜରୁ ବାଦ୍ ପଡ଼ିଛନ୍ତି । ଏହି ୨ ଖେଳାଳିଙ୍କ ସ୍ଥାନରେ ଭାରତ ୱାଶିଂଟନ୍ ସୁନ୍ଦର ଏବଂ ସରଫରାଜ ଖାନଙ୍କ ସହ ସୌରଭ କୁମାରଙ୍କୁ ଦଳରେ ସାମିଲ କରିଛି । ତେବେ ବର୍ତ୍ତମାନ ଦ୍ୱିତୀୟ ଟେଷ୍ଟକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଅଧିନାୟକ ରୋହିତ । କ’ଣ ରହିବ ଭାରତର ପ୍ଲେଇଙ୍ଗ ୧୧?ପ୍ରଥମ ମ୍ୟାଚ ହାରିବା ପରେ ଦ୍ୱିତୀୟ ମ୍ୟାଚରେ କମବ୍ୟାକ କରିବା ଲ୍ୟରେ ରହିବ ଟିମ ଇଣ୍ଡିଆ । ଏଥିପାଇଁ କୋଚ୍ ଦ୍ରାବିଡଙ୍କ ସହ ଅଧିନାୟକ ରୋହିତ ମଧ୍ୟ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଏହା ମଧ୍ୟରେ ରବିନ୍ଦ୍ର ଜାଡେଜା ଏବଂ କେ.ଏଲ ରାହୁଲ ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି । ତେଣୁ ଦ୍ୱିତୀୟ ମ୍ୟାଚ ପାଇଁ ଦଳରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଅନୁପସ୍ଥିତ ରହିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ସେ କମବ୍ୟାକ କରିପାରନ୍ତି । ତେବେ ସେ ଦଳକୁ ଫେରିଲେ ତାଙ୍କର ଖେଳିବା ସୁନିଶ୍ଚିତ । କୋହଲି ଦଳରେ କମବ୍ୟାକ କଲେ କେବଳ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଜଣେ ସ୍ପିନ ବୋଲରଙ୍କୁ ରୋହିତ ଦଳରେ ସ୍ଥାନ ଦେଇପାରନ୍ତି । ତେବେ ଶୁଭମନ ଗିଲ ବାରମ୍ବାର ଟେଷ୍ଟରେ ଫେଲ୍ ହେଉଥିବାରୁ ତାଙ୍କ ସ୍ଥାନରେ ରଜତ ପଟିଦାରଙ୍କୁ ମଧ୍ୟ ସୁଯୋଗ ଦେଇପାରନ୍ତି ରୋହିତ । ତାଙ୍କ ବ୍ୟତୀତ ଭାରତୀୟ ଦଳରେ ସରଫରାଜ ଖାନ୍ କିମ୍ବା ରଜତ ପଟିଦାରଙ୍କ ମଧ୍ୟରୁ ଜଣେ ବ୍ୟାଟର ଟିମ ଇଣ୍ଡିଆରେ ଏଣ୍ଟ୍ରି କରିପାରନ୍ତି ।
Trending
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
Prev Post
Next Post