ଚେନ୍ନାଇକୁ ୩୨ ରନ୍‌ରେ ପରାସ୍ତ କଲା ରାଜସ୍ଥାନ

ଜୟପୁର:ରାଜସ୍ଥାନ ରୟାଲଠୁ ଚେନ୍ନାଇ ସୁପର କିଙ୍ଗ୍ସ  ପରାଜିତ ହୋଇଛି।  ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାଜସ୍ଥାନ ୨୦୨ ରନ୍‌ କରିଥିଲା। ଜବାବରେ ସିଏସ୍‌କେ ପାଳି ୧୭୦ ରନ୍‌ ଅଟକି ଯାଇଥିଲା।

ଜୟସ୍ବାଲ୍‌ ଚଳିତ ଆଇପିଏଲ୍‌ର ତୃତୀୟ ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ବଟଲର ୨୭ ରନ୍‌ , ଆଉଟ୍‌ ହେବା ପରେ ୧୪ତମ ଓଭରରେ ତୁଷାର ଦେଶପାଣ୍ଡେ ସିଏସ୍‌କେକୁ ଦ୍ବୈତ ସଫଳତା ଦେଇଥିଲେ। ସେ ପ୍ରଥମ ବଲ୍‌ରେ ସଞ୍ଜୁ ସାମସନ୍‌ (୧୭) ଓ ପଞ୍ଚମ ବଲ୍‌ରେ ଜୟସ୍ବାଲ୍‌ (୭୭)ଙ୍କୁ ଆଉଟ୍‌ କରିଥିଲେ।

 

ଜୟସ୍ବାଲ ୨୬ ବଲ୍‌ରୁ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ୨୦୩ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ସିଏସ୍‌କେ ପାଇଁ ରନ୍‌ ବାହାର କରିବାରେ ସମସ୍ୟା ହେଉଥିଲା।  ରକ୍ଷଣାତ୍ମକ ଖେଳି ଅର୍ଦ୍ଧଶତକଠୁ ୩ ରନ୍‌ ଦୂରରେ ଥିଲା ବେଳେ ଋତୁରାଜ ଗାଏକ୍ବାଡଙ୍କୁ ଆଦାମ ଜାମ୍ପା ଦ୍ବିତୀୟ ଶିକାର କରିଥିଲେ।  ଶିବମ ଦୁବେ ଶେଷ ପର୍ଯ୍ୟନ୍ତ ସଂଘ‌ର୍ଷ କରି ୨୯ ବଲ୍‌ରୁ ନିଜର ଅର୍ଦ୍ଧଶତକ ଅର୍ଜନ କରିଥିଲେ ।