ବର୍ତ୍ତମାନ ବିଶ୍ୱକପ ଉପରେ ରହିଛି ଟିମ ଇଣ୍ଡିଆର ନଜର । କିନ୍ତୁ ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ । ଏଥିପାଇଁ ଦଳ ମଧ୍ୟ ଘୋଷଣା ହୋଇସାରିଛି । ଭାରତ ଏହି ସିରିଜ ପାଇଁ ଦୁଇଟି ଦଳ ଘୋଷଣା କରିଥିବା ବେଳେ ପ୍ରଥମ ଦୁଇଟି ଦିନିକିଆରେ ଷ୍ୟାର ସ୍ପିନର କୁଳଦୀପ ଯାଦବଙ୍କୁ ସ୍ଥାନ ଦିଆଯାଇ ନାହିଁ । ବର୍ତ୍ତମାନ କୁଳଦୀପ ଦମଦାର ଫର୍ମରେ ଥିବା ବେଳେ ଏସିଆ କପରେ ‘ପ୍ଲେୟର ଅଫ୍ ଦ ସିରିଜ’ ମଧ୍ୟ ବିବେଚିତ ହୋଇଛନ୍ତି । ଏହାପରେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିନାହିଁ । ତେବେ ଏହାର କାରଣ ନେଇ ଉତ୍ତର ରଖିଛନ୍ତି ଅଧିନାୟକ ରୋହିତ ।ଅଷ୍ଟ୍ରେଲିଆ ବିପକ୍ଷରେ କୁଳଦୀପଙ୍କ ଅନୁପସ୍ତିତିକୁ ନେଇ ରୋହିତ ଦୁଇଟି ମୁଖ୍ୟ କାରଣ କହିଛନ୍ତି । ସେ କହିଛନ୍ତି ଯେ, ଅନେକ ଚିନ୍ତା କରିବା ପରେ କୁଳଦୀପଙ୍କୁ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ବ୍ରେକ ଦିଆଯାଇଛି । ବିଶ୍ୱକପରେ କୁଳଦୀପ ଯାଦବ ଭାରତ ପାଇଁ ପ୍ରମୁଖ ଅସ୍ତ୍ର ପାଲଟିବେ । ତେଣୁ ଏହାପୂର୍ବରୁ ଆମେ ତାଙ୍କୁ ଏକ୍ସପୋଜ୍ କରିବାକୁ ଚାହୁଁନୁ ବୋଲି କହିଛନ୍ତି ରୋହିତ । ଏହାବ୍ୟତୀତ ଦୁଇଟି ମ୍ୟାଚରେ ବିଶ୍ରାମ ପରେ ତୃତୀୟ ମ୍ୟାଚରେ ସେ ଦଳକୁ ଫେରୁଛନ୍ତି । ଏହାପରେ ୨ଟି ପ୍ରାକ୍ଟିସ ମ୍ୟାଚ ଖେଳି ସେ ପୁଣିଥରେ ନିଜର ଲୟ ଫେରିପାଇବେ ବୋଲି ଦଳର ଆଶା ରହିଛି । ଏହାପରେ ରୋହିତ କହିଛନ୍ତି ଯେ, କଳଦୀପଙ୍କ ଖୁବ ଭଲ ଫର୍ମରେ ଅଛନ୍ତି । ଗତ ଦେଢ ବର୍ଷରୁ ତାଙ୍କ ଉପରେ ଆମର ନଜର ରହିଛି । ତେବେ ସେ ଶେଷ ମ୍ୟାଚ ପାଇଁ ଦଳକୁ କମବ୍ୟାକ କରିବେ ।ଏସିଆ କପର ୫ଟି ମ୍ୟାଚରେ ୩.୬ ଇକୋନୋମୀରେ ୯ଟି ୱିକେଟ ହାସଲ କରିଛନ୍ତି କୁଳଦୀପ । ତେବେ ଏ ସମସ୍ତ ୱିକେଟ ସେ ମାତ୍ର ୨ଟି ମ୍ୟାଚରେ ହିଁ ହାସଲ କରିଥିଲେ । ସୁପର-୪ ଷ୍ଟେଜରେ ପାକିସ୍ତାନ ବିପକ୍ଷରେ ୫ଟି ୱିକେଟ ଅକ୍ତିଆର କରିଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ୪ଟି ଶିକାର କରିଥିଲେ କୁଳଦୀପ ଯାଦବ ।
Trending
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
Prev Post
Next Post