ନୂଆଦିଲ୍ଲୀ:ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ପୂରୁଣା ସଂସଦ ଭବନରୁ ପ୍ରଧାନମନ୍ତ୍ରୀଙ୍କ ସହ ସାଂସଦମାନେ ଚାଲି ଚାଲି ନୂଆ ସଂସଦ ଭବନ ଯାଇଥିଲେ । ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି ବିକଶିତ ଭାରତର ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଶେଶ ଚତୁର୍ଥୀରେ ଆଜି ନୂଆ ସଂସଦ ଭବନର ଶ୍ରୀଗଶେଶ କହି ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ନୂଆ ସଂସଦ ଭବନ ୧୪୦ କୋଟି ଭାରତୀୟଙ୍କର ଆଶାର ପ୍ରତୀକ ବୋଲି କହିଛନ୍ତି ।ଏହାସହ ନୂଆ ସଂସଦରେ ମହିଳା ସଂରକ୍ଷଣ ବିଲ ଆଗତ ହୋଇଛି । ଏଥିରେ ବିଧାନସଭା ଓ ଲୋକସଭା ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ବ୍ୟବସ୍ଥା ଅଣାଯାଇଛି ।ୂନୂଆ ସଂସଦ ଭବନର ପ୍ରଥମ ଅଧିବେଶନରେ ସଦସ୍ୟଙ୍କୁ ସମ୍ବୋଧନ ସମୟରେ ମୋଦୀ କହିଥିଲେ, ‘‘ନୂଆ ସଂସଦ ଭବନରେ ଗୃହର ସଦସ୍ୟମାନେ ଯେଭଳି ଆଚରଣ କରିବେ । ସେହି ଆଚରଣ ଅନୁସାରେ ଫଳାଫଳ ଆସିବ । କିଏ ସରକାରଙ୍କ ଆସନରେ ବସିବେ ଏବଂ କିଏ ବିରୋଧୀଙ୍କ ଆସନରେ ବସିବେ, ତାହା ନୂଆ ସଂସଦ ଭବନର ଆଚରଣ ସ୍ଥିର କରିବ ବୋଲି କହିଥିଲେ । ଆଉ କଥା ଛଳରେ କହିଥିଲେ ଏବେ ନିର୍ବାଚନ ହେବାର ନାହିଁ ।’’‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରାଯିବା ପ୍ରସଙ୍ଗରେ ପର୍ଯ୍ୟବେକ୍ଷଣ କରିବା ଲାଗି ସେପଟେମ୍ବର ୧ ତାରିଖରେ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ କମିଟି ଗଠନ କରିବା ପରେ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏ ସଂପର୍କିତ ପ୍ରସ୍ତାବ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଥିଲା। ବର୍ତ୍ତମାନ ଏ ସଂକ୍ରାନ୍ତୀୟ କୌଣସି ପ୍ରସ୍ତାବ ଆସିବା ପରିଦୃଶ୍ୟ ହେଉ ନାହିଁ।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
Prev Post
Next Post