ଆମେରିକାରେ ଆଜି ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ସିରିଜର ଚତୁର୍ଥ ମ୍ୟାଚ୍ । ଆମେରିକାର ଫ୍ଲୋରିଡାରେ ଏହି ମ୍ୟାଚ ଖେଳାଯିବାକୁ ନିଷ୍ପତ୍ତି ହୋଇଛି । ଦୁଇ ଦଳର ଖେଳାଳି ଅଭ୍ୟାସ କରିଥିବା ବେଳେ ଆଜିର ମ୍ୟାଚ ଜିତି ପୁରା ସିରିଜ କବ୍ଜା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ। ଆମେରିକାରେ କ୍ରିକେଟ ଲୋକପ୍ରିୟ କରିବା ପାଇଁ ଏପରି ପ୍ଲାନ ରହିଛି । ଆମେରିକାରେ ଭାରତର ଅଧିକ ପ୍ରଶଂସକ ମଧ୍ୟ ରହୁଛନ୍ତି । ତେଣୁ ଏହି ମ୍ୟାଚ ଦେଖିବାକୁ ଭିଡ ହୋଇପାରେ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଏହି ମ୍ୟାଚ ବିଜୟ ରୋହିତବାହିନୀ ପାଇଁ ଜରୁରୀ ହୋଇପଡିଛି । କିଏ ଓପନିଂ କରିବେ ତାହା ମଧ୍ୟ ଖେଳ ଆରମ୍ଭ ପୂର୍ବରୁ ଜଣାପଡିବ । ମିଡିଲ ଅର୍ଡର ସମସ୍ୟାର ସମାଧାନ ମଧ୍ୟ ଭାରତକୁ କରିବାକୁ ପଡ଼ିବ । ରାତି ଆଠଟାରେ ମ୍ୟାଚ ଖେଳ ଆରମ୍ଭ ହେବ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post