ଚଳିତ ଏସିଆ କପ୍ର ସୁପର-୪ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଭାରତ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ବାଂଲାଦେଶ ଫାଇନାଲରୁ ବାଦ୍ପଡ଼ିଛି। ତେଣୁ ଏହି ମ୍ୟାଚ୍ କେବଳ ଔପଚାରିକତା ପୂରଣ କରିବା ପାଇଁ ଖେଳାଯିବ। ତେବେ ଆଉ ୨୦ ଦିନ ପରେ ବିଶ୍ବକପ୍ ଥିବାରୁ ଏହି ମ୍ୟାଚ୍ରେ ଅନ୍ୟ କିଛି ଖେଳାଳିଙ୍କୁ ଖେଳାଇ ସେମାନଙ୍କ ଦକ୍ଷତା ପରଖିବାକୁ ଉଭୟ ଦଳ ଚାହିଁବେ। ଭାରତ ପ୍ରଥମ ୨ଟି ସୁପର-୪ ମ୍ୟାଚ୍ ଜିତିଥିବା ବେଳେ ୨ଟିଯାକ ମ୍ୟାଚ୍ରେ ବାଂଲାଦେଶ ପରାସ୍ତ ହୋଇଛି। ଅଦ୍ୟାବଧି ଭାରତ ଏହି ଟୁର୍ଣ୍ଣାମେଣ୍ଟରୁ ଯାହା ଆଶା କରୁଥିଲା; ତାହା ପାଇସାରିଛି। ଅଧିନାୟକ ରୋହିତ ଶର୍ମା, ଶୁବ୍ମାନ ଗିଲ୍ ଓ ବିରାଟ କୋହଲି ବଡ଼ ସ୍କୋର୍ କରି ପାରିଛନ୍ତି। ଈଶାନ୍ କିଷନ୍ ଓ ହାର୍ଦିକ ପାଣ୍ଡ୍ୟା ଲଢ଼ୁଆ ଇନିଂସ ଖେଳିଛନ୍ତି। ଦୀର୍ଘ ଦିନ ପରେ କ୍ରିକେଟ୍କୁ ଫେରିବା ପରେ କେ.ଏଲ୍. ରାହୁଲ ଚମତ୍କାର ବ୍ୟାଟିଂ ଫର୍ମ ଦେଖାଇଛନ୍ତି। ପୁଣି ଯଶପ୍ରୀତ୍ ବୁମ୍ରା ତାଙ୍କର ପୁରୁଣା ବୋଲିଂ ଲୟରେ ନଜର ଆସୁଛନ୍ତି। କେବଳ ବାକିରହିଲା ଶ୍ରେୟାସ ଆୟରଙ୍କୁ ପରଖିବା। ଆୟର ଗୁରୁବାର ଅଭ୍ୟାସ କରିଛନ୍ତି। ତେଣୁ ଆୟରଙ୍କୁ ଖେଳିବାର ସୁଯୋଗ ମିଳିପାରେ। ସବୁକିଛି ଭାରତ ସପକ୍ଷରେ ଯାଇଥିବା ବେଳେ ବାଂଲାଦେଶ ପାଇଁ ଓଲଟା ହୋଇଛି। ଅଦ୍ୟାବଧି ବାଂଲାଦେଶ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ମ୍ୟାଚ୍ ଜିତିଛି। ତମିମ୍ ଇକ୍ବାଲ ଓ ଏବାଦତ୍ ହୋସେନ୍ ଆହତ ହୋଇ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ। ଲିଟନ୍ ଦାସ ଲିଗ୍ ପର୍ଯ୍ୟାୟରେ ଖେଳିନଥିଲେ। କ୍ରମାଗତ ୨ଟି ମ୍ୟାଚ୍ରେ ୮୯ ଓ ୧୦୪ ରନ୍ କରିବା ପରେ ନଜ୍ମୁଲ ହୋସେନ୍ ଶାନ୍ତୋ ଆହତ ହୋଇ ସ୍ବଦେଶ ଫେରି ଯାଇଥିଲେ। ଏବେ ମୁସ୍ଫିକୁର ରହିମ୍ ମଧ୍ୟ ପାରିବାରିକ କାରଣରୁ ସ୍ବଦେଶ ଫେରିଛନ୍ତି।
Trending
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
Prev Post
Next Post