ଚଳିତ ଏସିଆ କପ୍ର ସୁପର-୪ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଭାରତ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ବାଂଲାଦେଶ ଫାଇନାଲରୁ ବାଦ୍ପଡ଼ିଛି। ତେଣୁ ଏହି ମ୍ୟାଚ୍ କେବଳ ଔପଚାରିକତା ପୂରଣ କରିବା ପାଇଁ ଖେଳାଯିବ। ତେବେ ଆଉ ୨୦ ଦିନ ପରେ ବିଶ୍ବକପ୍ ଥିବାରୁ ଏହି ମ୍ୟାଚ୍ରେ ଅନ୍ୟ କିଛି ଖେଳାଳିଙ୍କୁ ଖେଳାଇ ସେମାନଙ୍କ ଦକ୍ଷତା ପରଖିବାକୁ ଉଭୟ ଦଳ ଚାହିଁବେ। ଭାରତ ପ୍ରଥମ ୨ଟି ସୁପର-୪ ମ୍ୟାଚ୍ ଜିତିଥିବା ବେଳେ ୨ଟିଯାକ ମ୍ୟାଚ୍ରେ ବାଂଲାଦେଶ ପରାସ୍ତ ହୋଇଛି। ଅଦ୍ୟାବଧି ଭାରତ ଏହି ଟୁର୍ଣ୍ଣାମେଣ୍ଟରୁ ଯାହା ଆଶା କରୁଥିଲା; ତାହା ପାଇସାରିଛି। ଅଧିନାୟକ ରୋହିତ ଶର୍ମା, ଶୁବ୍ମାନ ଗିଲ୍ ଓ ବିରାଟ କୋହଲି ବଡ଼ ସ୍କୋର୍ କରି ପାରିଛନ୍ତି। ଈଶାନ୍ କିଷନ୍ ଓ ହାର୍ଦିକ ପାଣ୍ଡ୍ୟା ଲଢ଼ୁଆ ଇନିଂସ ଖେଳିଛନ୍ତି। ଦୀର୍ଘ ଦିନ ପରେ କ୍ରିକେଟ୍କୁ ଫେରିବା ପରେ କେ.ଏଲ୍. ରାହୁଲ ଚମତ୍କାର ବ୍ୟାଟିଂ ଫର୍ମ ଦେଖାଇଛନ୍ତି। ପୁଣି ଯଶପ୍ରୀତ୍ ବୁମ୍ରା ତାଙ୍କର ପୁରୁଣା ବୋଲିଂ ଲୟରେ ନଜର ଆସୁଛନ୍ତି। କେବଳ ବାକିରହିଲା ଶ୍ରେୟାସ ଆୟରଙ୍କୁ ପରଖିବା। ଆୟର ଗୁରୁବାର ଅଭ୍ୟାସ କରିଛନ୍ତି। ତେଣୁ ଆୟରଙ୍କୁ ଖେଳିବାର ସୁଯୋଗ ମିଳିପାରେ। ସବୁକିଛି ଭାରତ ସପକ୍ଷରେ ଯାଇଥିବା ବେଳେ ବାଂଲାଦେଶ ପାଇଁ ଓଲଟା ହୋଇଛି। ଅଦ୍ୟାବଧି ବାଂଲାଦେଶ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ମ୍ୟାଚ୍ ଜିତିଛି। ତମିମ୍ ଇକ୍ବାଲ ଓ ଏବାଦତ୍ ହୋସେନ୍ ଆହତ ହୋଇ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ। ଲିଟନ୍ ଦାସ ଲିଗ୍ ପର୍ଯ୍ୟାୟରେ ଖେଳିନଥିଲେ। କ୍ରମାଗତ ୨ଟି ମ୍ୟାଚ୍ରେ ୮୯ ଓ ୧୦୪ ରନ୍ କରିବା ପରେ ନଜ୍ମୁଲ ହୋସେନ୍ ଶାନ୍ତୋ ଆହତ ହୋଇ ସ୍ବଦେଶ ଫେରି ଯାଇଥିଲେ। ଏବେ ମୁସ୍ଫିକୁର ରହିମ୍ ମଧ୍ୟ ପାରିବାରିକ କାରଣରୁ ସ୍ବଦେଶ ଫେରିଛନ୍ତି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post