ବିମାନରେ ତେଲ ପକାଇ ଅର୍ଥ ପୈଠ କରି ନ ପାରିବାରୁ ୟୁଏଇର ଦମ୍ମନ ବିମାନ ବନ୍ଦରରେ ପାକିସ୍ତାନ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନକୁ ଅଟକ ରଖାଯାଇଛି। ପିଆଇଏକୁ ସେପ୍ଟେମ୍ବର ୧୫ ସୁଦ୍ଧା ଯଦି ଜରୁରୀକାଳୀନ ପାଣ୍ଠି ନ ମିଳେ ତେବେ ଆଗକୁ ଉଡାଣ ବନ୍ଦ ହୋଇପାରେ ବୋଲି କହିଛନ୍ତି ଏୟାରଲାଇନ୍ସର ଜଣେ ବରିଷ୍ଠ ଅଧିକାରୀ। ପୂର୍ବରୁ ମଧ୍ୟ ୪ଟି ବିମାନ ସମାନ କାରଣ ପାଇଁ ୟୁଏଇ ବିମାନ ବନ୍ଦରରେ ଅଟକ ଥିଲା। ଏଥିପାଇଁ ଏୟାରଲାଇନ୍ସକୁ ଏକ ଲିଖିତ ଆଶ୍ୱାସନା ଦେବା ପରେ ପୁଣି ବିମାନ ଉଡାଣ କରିଥିଲା। ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ଏଣୁ ସରକାରୀ ବିମାନ କମ୍ପାନୀ ପିଆଇଏ ଏବେ ସ୍ୱଭାବିକ କାର୍ଯ୍ୟ କରି ପାରୁନଥିବା ଜଣେ ବରିଷ୍ଠ ନିର୍ଦେଶକ କହିଛନ୍ତି। ପୂର୍ବରୁ ପ୍ରତି ଦିନ ଅନ୍ତର୍ଜାତୀୟ ଗନ୍ତବ୍ୟରେ ୨୩ଟି ବିମାନ ଉଡାଣ କରୁଥିଲା।ତେବେ ଆର୍ଥିକ ସଂକଟରେ ବିମାନ କମ୍ପାନୀ ପରିଚାଳନା ସମ୍ଭବ ହୋଇପାରୁନଥିବାରୁ ଏବେ ଉଡାଣ ସଂଖ୍ୟା ହ୍ରାସ କରି ୧୬ କରି ଦିଆଯାଇଛି। ଏହା ସତ୍ତ୍ୱେ ଦେଶ ବାହାରେ ବିମାନରେ ତୈଳ ଭରିବାକୁ ପିଆଇଏ ସକ୍ଷମ ହୋଇ ପାରୁ ନାହିଁ। ଏଥିରେ ଯଦି ସରକାର ଜରୁରିକାଳୀନ ପାଣ୍ଠି ଉପଲବ୍ଧ କରି ନ ପାରନ୍ତି ତେବେ ସେପ୍ଟେମ୍ବର ୧୫ ପରେ ବିମାନ ଚଳାଚଳ ପିଆଇଏ ଲାଗି ଅସମ୍ଭବ ହୋଇପଡିବ ବୋଲି ଅଧିକାରୀ କହୁଛନ୍ତି। ବିମାନ ନିର୍ମାତା କମ୍ପାନୀ ବୋଇଂ ଓ ଏୟାରବସ୍ ପିଆଇଏ ବିମାନଙ୍କୁ ଯନ୍ତ୍ରାଂଶ ଦେବାକୁ ମନା କରିଦେଇଛନ୍ତି କମ୍ପାନୀମାନଙ୍କ ଯନ୍ତ୍ରାଂଶ ବାବଦ ବକେୟା ପୈଠ ହୋଇ ପାରୁନଥିବାରୁ ଏପରି ଅବସ୍ଥା ଉପୁଜିଛି। ଫଳରେ ମରାମତି ଅଭାବରୁ କେତେକ ବିମାନ ଉଡାଣ କରି ପାରୁନଥିବା ବେଳେ ଉଡାଣରେ ଥିବା ବିମାନ ଲାଗି ଇନ୍ଧନ ଭରିବା ଏବେ ପିଆଇଏ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ଏୟାର ଲାଇନ୍ସ ଖୁବ୍ କମ୍ ଉଡାଣ ସଞ୍ଚାଳନ କରୁଥିବା ବେଳେ କମ୍ପାନୀର ଦୈନିକ ଲକ୍ଷଲକ୍ଷ ଟଙ୍କା କ୍ଷତି ହେଉଛି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post