ପର୍ଥ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପାକିସ୍ତାନର ପରାଜୟ ପରେ ଏବେ ପାକିସ୍ତାନ ଖେଳାଳିଙ୍କୁ ସୋସିଆଲ ମିଡିଆରେ ଜବରଦସ୍ତ ଉପହାସ କରାଯାଉଛି ।
ପ୍ରଥମ ମ୍ୟାଚ୍ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ନିକଟରୁ ୪ ୱିକେଟ୍ରେ ହାରିଯାଇଥିବା ପାକିସ୍ତାନ ଦ୍ବିତୀୟ ମ୍ୟାଚ୍ରେ ଜିମ୍ବାୱେ ନି୍କଟରୁ ୧ ରନ୍ରେ ପରାସ୍ତ ହେବା ପରେ ଏହି ମ୍ୟାଚକୁ ନେଇ ଦୁଇ ଦଳର ଫ୍ୟାନମାନେ ପାକିସ୍ତାନକୁ ଉପହାସ କରିବାରେ ଲାଗିଛନ୍ତି ।
ବୋଲରମାନେ ଶେଷ ଭାଗରେ ଦମ୍ଦାର ବୋଲିଂ କରି ଜିମ୍ବାୱେ ପାଳିକୁ ୧୩୦ ରନ୍ରେ ଅଟକାଇ ଦେଇଥିଲେ ମଧ୍ୟ ବ୍ୟାଟର୍ଙ୍କ ଖାମଖିଆଲ ପ୍ରଦର୍ଶନ ହିଁ ପାକିସ୍ତାନ ପରାଜୟର କାରଣ ପାଲଟିଛି। ଏପରିକି ଜିମ୍ବାଓ୍ବେ ରାଷ୍ଟ୍ରପତିଙ୍କର ଏହି ଉପହାସର ଜବାବ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଦେବାକୁ ପଡିଛି ।