ଟି୨୦ ବିଶ୍ୱକପ: ସୁପର-୮ରେ ସ୍ଥାନ ପକ୍କା କଲା ନ୍ୟୁଜିଲ୍ୟାଣ୍ଡ

ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି। ୧୭୪ ରନର ପିଛା କରି, ରାଚିନ ରବିନ୍ଦ୍ର ଏବଂ ଗ୍ଲେନ ଫିଲିପ୍ସଙ୍କ ଅର୍ଦ୍ଧଶତକ ବଳରେ ନୁଜିଲାଣ୍ଡ ବିଜୟୀ ହୋଇଛି।

କାନାଡା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯୁବରାଜ ସମରାଙ୍କ ଦମଦାର ଶତକ ଯୋଗୁ କାନାଡା ୧୭୩ ରନ୍‌ କରିଥିଲା। ବିଜୟ ଲକ୍ଷ୍ୟ ପିଛା କରି, ନ୍ୟୁଜିଲ୍ୟାଣ୍ଡ ପାଇଁ ରାଚିନ ରବିନ୍ଦ୍ର ଏବଂ ଗ୍ଲେନ ଫିଲିପ୍ସ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ୧୬ତମ ଓଭରରେ ଲକ୍ଷ୍ୟ ହାସଲ କରି ବଡ଼ ବିଜୟ ହାସଲ କରିଥିଲା।

ସୂଚନା ଯୋଗ୍ୟ, କାନାଡାର ଓପନର ଯୁବରାଜ ସମରା ୧୧୦ ରନ୍‌ର ଐତିହାସିକ ଇନିଂସ ଖେଳି ଟି-୨୦ ବିଶ୍ୱକପରେ ଶତକ ହାସଲ କରିଥିବା ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି।

Leave a comment