ମହିଳା ପ୍ରିମିୟର ଲିଗ୍‌ – ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କଲା ବେଙ୍ଗାଲୁରୁ

ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ) ଚତୁର୍ଥ ସଂସ୍କରଣ-୨୦୨୬ ଆରମ୍ଭ ହୋଇଛି। ଶୁକ୍ରବାର ନବି ମୁମ୍ବଇର ଡି ୱାଇ ପାଟିଲ ଷ୍ଟାଡ଼ିୟମରେ ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩ ୱିକେଟରେ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ମୁମ୍ବଇ ଇଣ୍ଡିଆନ୍‌ସ ସଞ୍ଜୀବନ ସଞ୍ଜନାଙ୍କ ୪୫ରନ ବଳରେ ୧୫୪ରନ କରିଥିଲା। ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନାଦିନ ଡି କ୍ଲାର୍କଙ୍କ ଅପରାଜିତ ୬୩ରନ ବଳରେ ୭ ୱିକେଟରେ ୧୫୭ ରନ୍‌ କରି ଶେଷ ବଲରେ ବିଜୟ ହାସଲ କରିଥିଲା।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୫୫ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନିୟମିତ ୱିକେଟ ହରାଇଥିଲା। ଦଳ ୬୫ରନ ମଧ୍ୟରେ ୫ଟି ୱିକେଟ ହରାଇଥିଲା। ଗ୍ରେସ ହାରିସ ୨୫, ଅଧିନାୟିକା ସ୍ମୃତି ମାନ୍ଧାନା ୧୮, ଦୟାଲିନ ହେମଲତା ୭, ରିଚା ଘୋଷ ୬ ଓ ରାଧା ଯାଦବ ୧ରନ କରିଥିଲେ। ଷଷ୍ଠ ୱିକେଟରେ ନାଦିନ ଡି କ୍ଲାର୍କ ଓ ଅରୁନ୍ଧତି ରେଡ୍ଡି ୫୨ନ ସଂଗ୍ରହ କରି ଦଳକୁ ବିଜୟ ନିକଟତର କରାଇଥିଲେ। ଅରୁନ୍ଧତି ୨୦ରନ କରି ଆଉଟ୍‌ ହୋଇଥିଲେ। ନାଦିନ ଡି କ୍ଲାର୍କ ୪୪ଟି ବଲରୁ ୭ଟି ଚୌକା ଓ ୨ଟି ଛକା ସହ ଅପରାଜିତ ୬୩ରନ କରି ଦଳକୁ ବିଜୟୀ କରାଇଥିଲେ।

Leave a comment