୧୯ବର୍ଷରୁ କମ୍ ବିଶ୍ୱକପ: ଆଜି ବାଂଲାଦେଶ ସହ ମ୍ୟାଚ ଖେଳିବ ଭାରତୀୟ ଦଳ
ଆମେରିକା ବିପକ୍ଷରେ ବିଜୟ ସହିତ ଆଇସିସି ୧୯ବର୍ଷରୁ କମ୍ ବିଶ୍ୱକପ ଆରମ୍ଭ କରିଥିବା ଭାରତୀୟ ଦଳ ଆଜି ବାଂଲାଦେଶ ସହ ମ୍ୟାଚ ଖେଳିବ । ମୁସ୍ତାଫିଜୁର ରହମାନଙ୍କୁ ନେଇ ବିସିସିଆଇ ଏବଂ ବିସିିବି ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ପ୍ରଥମ ଥା ପାଇଁ ଦୁଇ ଦଳ ପଡିଆରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ।
ଆୟୁଷ ମାହାତ୍ରେଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଆମେରିକା ବିପକ୍ଷ ମ୍ୟାଚକୁ ଅତି ସହଜରେ ବିଜୟ ହାସଲ କରିଥିଲା । ପ୍ରଥମ ମ୍ୟାଚରେ ୬ୱିକେଟ ହରାଇ ଜିତିଥିଲା ଭାରତ । ବିଶ୍ୱକପରେ ଆଜି ବାଂଲାଦେଶ ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି । ଟିମ୍ ଇଣ୍ଡିଆ ବର୍ତ୍ତମାନ ଗ୍ରୁପ୍ ବିରେ ୨ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଯେତେବେଳେ ବାଂଲାଦେଶର ଫଳାଫଳ ଏହି ମ୍ୟାଚ ପରେ ଜଣାପଡିବ ।ଭାରତ ଅଣ୍ଡର-୧୯ ସମସ୍ତ ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ଅଣ୍ଡର-୧୯ ବିପକ୍ଷରେ ମୋଟ ୨୮ଟି ମ୍ୟାଚ୍ ଖେଳିଛି। ଭାରତ ଏହାର ରେକର୍ଡ ଭଲ ରଖିଛି, ୨୧ ଥର ଜିତିଛି, ବାଂଲାଦେଶ କେବଳ ୬ ଥର ଜିତିଛି। ଦୁଇ ଦଳ ମଧ୍ୟରେ ଗୋଟିଏ ମ୍ୟାଚ୍ ଡ୍ରରେ ଶେଷ ହୋଇଛି।